ଦିନିକିଆରେ ଇଂଲଣ୍ଡ ରଚିଲା ଇତିହାସ, ଅଷ୍ଟ୍ରେଲିଆ ବିପକ୍ଷରେ ୬/୪୮୧

ଇଂଲଣ୍ଡ: ଦିନିକିଆ କ୍ରିକେଟରେ ମଙ୍ଗଳବାର ଇଂଲଣ୍ଡ ଇତିହାସ ସୃଷ୍ଟି କରିଛି। ଟ୍ରେଣ୍ଟ ବ୍ରିଜ ଷ୍ଟାଡିୟମରେ ୫ଟି ଦିନିକିଆ ଶୃଙ୍ଖଳାର ୩ୟ ମୁକାବିଲାରେ ଅଷ୍ଟ୍ରେଲିଆ ବିପକ୍ଷରେ ୬ଟି ଓ୍ଵକେଟ ହରାଇ ୪୮୧ ରନ୍‌ ସଂଗ୍ରହ କରିଛି। ପ୍ରଥମ ଇନିଂସରେ ଇଂଲଣ୍ଡର ଖେଳାଳିମାନେ ରନ୍‌ ବର୍ଷା କରିଛନ୍ତି। ନିର୍ଦ୍ଧାରିତ ୫୦ ଓଭରରେ ୨୧ଟି ଛକା ଓ ୪୧ଟି ଚୌକା ବଳରେ ଏହି ରନ୍‌ ହୋଇଛି।

ଓପନର ଜସର ରଏ ୬୧ ବଲ ଖେଳି ୮୨ ରନ୍‌ ସଂଗ୍ରହ କରିଛନ୍ତି। ସେ ୭ଟି ଚୌପା ଓ ୪ଟି ଛକା ମାରିଥିଲେ। ଜନି ବେୟାରଷ୍ଟୋ ୯୨ଟି ବଲ ଖେଳି ୧୩୯ ରନ୍‌ କରିଥିବା ବେଳେ ଏଥିରେ ୧୫ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ସେହିପରି ଆଲେକ୍ସ ହେଲ୍ସ ୯୨ଟି ବଲ ଖେଳି ୧୪୭ ରନ୍‌ ସଂଗ୍ରହ କରିଥିଲେ। ସେ ୧୬ଟି ଚୌକା ଓ ୫ଟି ଛକା ମାରିଥିଲେ। ଜୋସ ବଟଲର ୧୧ ରନ୍‌, ଇଅନ ମୋର୍ଗାନ ୬୭ ରନ୍‌, ମୋଇନ ଅଲି ୧୧ ରନ, ଜୋଏ ରୁଟ ଅପରାଜିତ ୪ ରନ୍‌ ଓ ଡେଭିଡ ଓ୍ଵଲି ଅପରାଜିତ ଗୋଟିଏ ରନ୍‌ ସଂଗ୍ରହ କରିଥିଲେ।

ମ୍ୟାଚ ଆରମ୍ଭରୁ ଇଂଲଣ୍ଡର ଓପନର ଦ୍ୱୟ ରନ୍‌ ବର୍ଷା କରିଥିଲେ। ୧୫୯ ରନ୍‌ରେ ପ୍ରଥମ ଓ୍ଵିକେଟରେ ଦଳ ଜସନ ରଏଙ୍କୁ ହରାଇଥିଲା। ସେହିଭଳି ୨ୟ ଓ୍ଵିକେଟରେ ମଧ୍ୟ ଭଲ ଭାଗିଦାରୀ ହୋଇଥିଲା। ଦଳୀୟ ସ୍କୋର ୩୧୦ ରନ୍‌ରେ ଜନି ବେୟାରଷ୍ଟୋ ଆଉଟ୍‌ ହୋଇଥିବା ବେଳେ ୩୩୫ ରନ୍‌ରେ ବଟ୍‌ଲର୍‌, ୪୫୯ ରନ୍‌ରେ ହେଲସ୍‌୍‌ ଓ ମୋର୍ଗାନ ଆଉଟ୍‌ ହୋଇଥିଲେ। ମୋଇନ୍‌ ଆଉଟ୍‌ ହେବା ବେଳକୁ ଦଳର ସ୍କୋର ଥିଲା ୪୮୦ ରନ୍‌। ଅଷ୍ଟ୍ରେଲିଆର ରିଚାର୍ଡସନଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିବା ବେଳେ ଆଷ୍ଟନ ଅଗରଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର