ମୁମ୍ବାଇ: ଇଂଲଣ୍ଡର ମହିଳା କ୍ରିକେଟ ଟିମ ଗୁରୁବାର ଭାରତକୁ ୩ୟ ଦିନିକିଆରେ ଦୁଇ ଓ୍ଵିକେଟରେ ପରାସ୍ତ କରିଛି। ମାତ୍ର ଶୃଙ୍ଖଳାର ଫଳାଫଳ ନେଇ ଭାରତ ଉପରେ କୌଣସି ପ୍ରଭାବ ପଡ଼ି ନାହିଁ। କାରଣ ଭାରତୀୟ ମହିଳା ଟିମ୍ ପ୍ରଥମ ୨ଟି ଦିନିକିଆକୁ ଜିତି ସାରିଥିଲା। ଏହି ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଛି। ଇଂଲଣ୍ଡ ବିରୋଧରେ ଭାରତ ପ୍ରଥମ ଦିନିକିଆରେ ୩୨ ରନ୍ ଏବଂ ଦ୍ୱିତୀୟ ଦିନିକିଆରେ ୭ ଓ୍ଵିକେଟରେ ବିଜୟୀ ହୋଇଥିଲା।
ଭାରତୀୟ ଟିମ ଗୁରୁବାର ୩ୟ ଦିନିକିଆରେ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୦୫ ରନ ସ୍କୋର କରିଥିଲା। ଇଂଲଣ୍ଡ ୪୮.୫ ଓଭରରେ ୨ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା। ଡାନିଏଲ ବ୍ୟାଣ୍ଟ ସର୍ବାଧିକ ୫୬ ରନ୍ ଏବଂ ଅଧିନାୟକ ହିଥର ନାଇଟ ୪୭ ରନ କରିଥିଲେ। ଇଂଲଣ୍ଡର କ୍ୟାଥରିନ ବ୍ରଣ୍ଟକୁ ପ୍ଲେୟାର ଅଫ୍ ଦ ମ୍ୟାଚ ଚୟନ କରାଯାଇଛି। ସେ ମ୍ୟାଚରେ ୫ ଓ୍ଵିକେଟ ନେଇଛନ୍ତି। ଭାରତୀୟ ଓପନର ସ୍ମୃତି ମନ୍ଧାନା ପ୍ଲେୟାର ଅଫ ଦ ସିରିଜ ପୁରସ୍କାର ପାଇଛନ୍ତି। ସେ ତିନିଟି ମ୍ୟାଚରେ ଯଥାକ୍ରମେ ୨୪ ରନ୍, ୬୩ ରନ୍ ଓ ୬୬ ରନ୍ ସଂଗ୍ରହ କରିଛନ୍ତି। ଶେଷ ଦିନିକିିଆରେ ସ୍ମୃତି ମନ୍ଧାନା ଓ ପୁନମ ରାଉତ ସର୍ବାଧିକ ୧୨୯ ରନ୍ ଭାଗିଦାରୀ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/punam-raut-smriti-mandhana.jpg)