ରାଜକୋଟ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ମଙ୍ଗଳବାର ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଉଛି। ସିରିଜର ମ୍ୟାଚ୍ରେ ତୃତୀୟ ଥର ପାଇଁ ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟରେ ୧୭୧ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୭୨ ରନ୍ ରହିଛି।
Double-wicket over 👌
— BCCI (@BCCI) January 28, 2025
Completion of fifer for Varun Chakaravarthy 👌
Updates ▶️ https://t.co/amaTrbtzzJ#TeamIndia | #INDvENG | @chakaravarthy29 | @IDFCFIRSTBank pic.twitter.com/ne0Ze0lppj
ଇଂଲଣ୍ଡ ପକ୍ଷରୁ ବେନ୍ ଡୁକେଟ୍ ୫୧ ରନ୍ କରିଥିବାବେଳେ ଜୋସ୍ ବଟଲର ୨୪ ରନ୍ କରିଥିଲେ। ସେହିପରି ଲିଆମ ଲିଭିଂଷ୍ଟୋନ୍ ୪୩ ରନ୍ କରିଥିଲେ। ତେବେ ଅନ୍ୟ ବ୍ୟାଟ୍ସମ୍ୟାନ୍ମାନେ ଭାରତୀୟ ବୋଲରଙ୍କ ସାମ୍ନା କରିପାରି ନଥିଲେ।
ଅଧିକ ପଢ଼ନ୍ତୁ: ଦେଶରେ ବେଆଇନ ଅନୁପ୍ରବେଶକାରୀଙ୍କୁ ଥଇଥାନ କରିଛି କଂଗ୍ରେସ : ବିଜେପି
ଟିମ୍ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ ୱିକେଟ ଏବଂ ଅକ୍ଷର ପଟେଲ ଏବଂ ରବି ବିଶ୍ନୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଅଧିକ ପଢ଼ନ୍ତୁ: ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଗୁଳିମାଡ଼: ୫ ଆହତ
Sharp work behind the stumps ✅
— BCCI (@BCCI) January 28, 2025
A successful review ✅
Sanju Samson with a fine catch 🙌 🙌
Updates ▶️ https://t.co/amaTrbtzzJ#TeamIndia | #INDvENG | @IamSanjuSamson | @IDFCFIRSTBank pic.twitter.com/HkcPLYKiq2