ଲଣ୍ଡନ: ଇଂଲଣ୍ଡ ବିଶ୍ୱକପ୍ ଦଳରେ ସ୍ଥାନ ନ ମିଳିବା ସେହି ଦେଶର ଅଭିଜ୍ଞ ଗୋଲ୍ ରକ୍ଷକ ଜୋ ହର୍ଟଙ୍କୁ ବହୁତ ବାଧିଛି। ଏଥିପାଇଁ ହର୍ଟ ଏତେ ଜୋରରେ ରାଗି ଯାଇଛନ୍ତି ଯେ ଆଜି କାଲି ସେ ଆଉ ଇଂଲଣ୍ଡ ମ୍ୟାଚ୍ ବି ଦେଖୁ ନାହାନ୍ତି। ଏପରିକି ଇଂଲଣ୍ଡର ସ୍ୱିଡେନ୍ ବିପକ୍ଷ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ବେଳେ ସେ ନିଜ ପିଲାଦିନର କ୍ଲବ୍ ସ୍ରିଉସ୍ବରି ପକ୍ଷରୁ କ୍ଲବ୍ ସ୍ତରୀୟ କ୍ରିକେଟ୍ ମ୍ୟାଚ୍ ଖେଳୁଥିଲେ। ସେହି ମ୍ୟାଚ୍ରେ ସେ ନବମ ସ୍ଥାନରେ ଖେଳିବାକୁ ଆସି ୯ ରନ୍ କରିଥିଲେ। ସେ ମଧ୍ୟ ଗୋଟିଏ କ୍ୟାଚ୍ ନେଇଥିଲେ। ପିଲାବେଳେ ହର୍ଟ ସ୍ରିଉସ୍ବରି ପକ୍ଷରୁ କିଛି ଦିନ କ୍ରିକେଟ୍ ଖେଳିଥିଲେ। ପରେ ଫୁଟବଲ୍ ଖେଳକୁ ପେସା କରି ନେଇଥିଲେ। ଏବେ ଅଲୋଡ଼ା ହୋଇ ଯାଇଥିବା ୩୧ ବର୍ଷୀୟ ହର୍ଟ ଇଂଲଣ୍ଡ ପକ୍ଷରୁ ୭୫ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ମଧ୍ୟ ଇଂଲଣ୍ଡର ୧୦ଟିରୁ ୯ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଖେଳିଥିଲେ। ହେଲେ ଇଂଲଣ୍ଡ ପ୍ରଶିକ୍ଷକ ଗ୍ୟାରେଥ ସାଉଥଗେଟ୍ ରୁଷିଆ ବିଶ୍ୱକପ ପାଇଁ ଦଳ ଘୋଷଣା କରିବା ବେଳେ ତାଙ୍କୁ ବାଦ୍ ଦେଇ ଥିଲେ। ଏହି ଘଟଣା ପରେ ହର୍ଟଙ୍କ ଫୁଟବଲ୍ ଜୀବନ ଶେଷ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।
କ୍ରିକେଟ୍ ଖେଳିଲେ ଇଂଲଣ୍ଡ ଗୋଲ୍ରକ୍ଷକ
/sambad/media/post_attachments/wp-content/uploads/2018/07/joe-hart-cricket-afp_625x300_1531140578104.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)