ଇଂଲଣ୍ଡ ଟ୍ବେଣ୍ଟି-୨୦, ଦିନିକିଆ ଲାଗି ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଓ ଦିନିକିଆ ଲାଗି ଭାରତୀୟ ଦଳ ଗୁରୁବାର ଘୋଷିତ ହୋଇଛି। ବିଶ୍ବକପ୍‌କୁ ନଜରରେ ରଖି ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ପାଇଁ ଦୁଇଟି ଦଳ ଘୋଷଣା କରାଯାଇଛି। ପ୍ରଥମ ଟ୍ବେଣ୍ଟି-୨୦ ପାଇଁ ଗୋଟିଏ ଏବଂ ଅବଶିଷ୍ଟ ଦୁଇ ମ୍ୟାଚ୍‌ ଲାଗି ଆଉ ଏକ ଦଳ ଘୋଷଣା କରାଯାଇଛି। ପ୍ରଥମ ଟ୍ବେଣ୍ଟି-୨୦ରେ ସ୍ଥାନ ପାଇଥିବା ଅର୍ଶଦୀପ ସିଂହଙ୍କୁ ୩ ଟିକିଆ ଦିନିକିଆ ଶୃଙ୍ଖଳା ଲାଗି ଡାକରା ମିଳିଛି। ଉଭୟ ଶୃଙ୍ଖଳାରେ ‌ରୋହିତ ଶର୍ମା ଅଧିନାୟକ ରହିଛନ୍ତି। ପ୍ରଥମ ଟ୍ବେଣ୍ଟି-୨୦ ପାଇଁ ଦଳ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ଋତୁରାଜ ଗାଏକ୍ବାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଆୱେଶ ଖାନ, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ।

ଦ୍ବିତୀୟ ଓ ତୃତୀୟ ଟ୍ବେଣ୍ଟି-୨୦ ପାଇଁ ଦଳ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଯଶପ୍ରୀତ ବୁମ୍‌ରା, ଭୁବନେଶ୍ବର କୁମାର, ଆୱେଶ ଖାନ, ହର୍ଷଲ ପଟେଲ, ଉମ୍ରାନ ମଲ୍ଲିକ।

ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଈଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦୁଲ ଠାକୁର, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍‌ରା, ପ୍ରଶିଦ୍ଧ କୃଷ୍ଣ, ମହମ୍ମଦ ସାମି, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ।

ସମ୍ବନ୍ଧିତ ଖବର