େଓ୍ଵଲିଂଟନ୍‌: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶନିବାର ଖେଳା ଯାଇଥିବା ତୃତୀୟ ମୁକାବିଲାରେ ଭ୍ରମଣକାରୀ ଇଂଲଣ୍ଡ ୪ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଇଂଲଣ୍ଡ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ତେବେ ଅଧିନାୟକ କେନ୍‌ ଓ୍ଵିଲିୟମସନ (୧୧୨ ରନ୍‌)ଙ୍କ ଦାୟିତ୍ୱବାନ ଶତକ ସତ୍ତ୍ୱେ ନ୍ୟୁଜିଲାଣ୍ଡ ନିର୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୩୦ ରନ୍‌ କରି ପାରିଥିଲା। ଶେଷ ଓଭରରୁ ବିଜୟ ପାଇଁ ୧୫ ରନ୍‌ର ଦରକାର ଥିଲା। ହେଲେ ନ୍ୟୁଜିଲାଣ୍ଡ ୧୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ସହ ଇଂଲଣ୍ଡ ମଧ୍ୟ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇ ଯାଇଥିଲା। ଓ୍ଵଲିଂଟନର େଓ୍ଵଷ୍ଟପ୍ୟାକ୍‌ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନଙ୍କ ୪୮ ରନ୍‌ ସହ ମଧ୍ୟକ୍ରମ ଖେଳାଳିଙ୍କ ମନ୍ଥର ହେଲେ ମହତ୍ୱପୂର୍ଣ୍ଣ ବ୍ୟାଟିଂ ପାଇଁ ନିର୍ଧାରିତ ୫୦ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୩୪ ରନ୍‌ କରିଥିଲା। ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ନ୍ୟୁଜିଲାଣ୍ଡ ଶୀର୍ଷକ୍ରମରେ ଓ୍ଵିଲିୟମସନ୍‌ ଓ କଲିନ୍‌ ମୁନ୍ରୋ (୪୯)ଙ୍କ ସହ ଶେଷ ଆଡ଼କୁ ମିଚେଲ ସାଣ୍ଟନର (୪୧) ସାହସିକ ବ୍ୟାଟିଂ ସତ୍ତ୍ୱେ ବିଜୟ ଲକ୍ଷ୍ୟ ଛୁଇଁ ପାରି ନଥିଲା। ଦ୍ରୁତ ୨୩ ରନ୍‌ କରିବା ସହ ୩୬ ରନ୍‌ ଦେଇ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିବା ମୋଇନ ଅଲ୍ଲୀ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Advertisment

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୫୦ ଓଭରରେ ୨୩୪ (ଇଅନ ମୋର୍ଗାନ ୪୮, ବେନ୍‌ ଷ୍ଟୋକ୍ସ ୩୯, ମୋଇନ ଅଲ୍ଲୀ ୨୩, ଈଶ୍‌ ସୋଢ଼ି ୩/୫୩, ଟ୍ରେଣ୍ଟ ବୋଲ୍ଟ ୨/୪୭)। ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୩୦/୮ ( କେନ୍‌ ଓ୍ଵିଲିୟମସନ୍‌ ୧୧୨, କଲିନ୍‌ ମୁନ୍ରୋ ୪୯, ମିଚେଲ ସାଣ୍ଟନର ୪୧, ମୋଇନ ଅଲ୍ଲୀ ୩/୩୬, ଆଦିଲ ରସିଦ ୨/୩୪, କ୍ରିସ୍‌ ଓକ୍ସ ୨/୪୦)।