ଲଣ୍ଡନ : କେନିଙ୍ଗଟନ ଓଭାଲ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ପହଞ୍ଚିଯାଇଛି ଟିମ ଇଣ୍ଡିଆ । ୩୭୪ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଏପର୍ଯ୍ୟନ୍ତ ୧୦୬ ରନରେ ୩ଟି ଓ୍ବିକେଟ ହରାଇଛି ।

Advertisment

ଭାରତ ଆଗରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବେ ଛିଡ଼ା ହୋଇଛନ୍ତି ରୁଟ୍ । ସେ ଏବେ ୮ ରନରେ ଖେଳୁଥିଲେ ବି ସେ ଆଉଟ ନ ହେବା ପର୍ଯ୍ୟନ୍ତ ଭାରତ ନିଶ୍ଚିନ୍ତ ହୋଇ ବସିପାରିବ ନାହିଁ । କାରଣ ସେ ଏକାକୀ ଖେଳର ମୋଡ଼ ବଦଳାଇବାକୁ ସକ୍ଷମ ।

ଦଳର ତିନି ଆଗଧାଡ଼ିର ବ୍ୟାଟ୍ସମ୍ୟାନ ବେନ ଡକେଟ୍, ଜାକ୍ କ୍ରାଉଲି ଓ ଓଲି ପୋପ୍ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । କ୍ରିଜରେ ଏବେ ଜୋ ରୁଟ୍ ଓ ହ୍ୟାରୀ ବ୍ରୁକ ଅଛନ୍ତି । ତେବେ ଭାରତ ଆଗରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବେ ଛିଡ଼ା ହୋଇଛନ୍ତି ରୁଟ୍ । ସେ ଏବେ ୮ ରନରେ ଖେଳୁଥିଲେ ବି ସେ ଆଉଟ ନ ହେବା ପର୍ଯ୍ୟନ୍ତ ଭାରତ ନିଶ୍ଚିନ୍ତ ହୋଇ ବସିପାରିବ ନାହିଁ । କାରଣ ସେ ଏକାକୀ ଖେଳର ମୋଡ଼ ବଦଳାଇବାକୁ ସକ୍ଷମ । ଭାରତ ପକ୍ଷରୁ ମହମ୍ମଦ ସିରାଜ ୨ଟି ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଓ୍ବିକେଟ ନେଇଛନ୍ତି । 

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମ ଇନିଂସରେ ୨୨୪ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୪୭ ରନ କରି ଅଲଆଉଟ ହୋଇଯାଇଥିଲା । ଏହା ପରେ ଭାରତ ନିଜର ୨ୟ ଇନିଂସରେ ୩୯୬ ରନ କରିବା ପରେ ଇଂଲଣ୍ଡ ଆଗରେ ୩୭୪ ରନର ଲକ୍ଷ୍ୟ ରଖିଥିଲା ।