ବର୍ମିଂହାମ : ବର୍ମିଂହାମ ଟେଷ୍ଟର ଆଜି ୩ୟ ଦିବସ । ପ୍ରଥମ ଦୁଇଦିନ ଥିଲା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନାମରେ । ଏବେ ଭାରତୀୟ ବୋଲରଙ୍କ ସମୟ ଆସିଛି । ଇଂଲଣ୍ଡ ନିଜର ପ୍ରଥମ ଇନିଂସ ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହେବାରେ ସମସ୍ୟାର ସମ୍ମୁଖୀନ ହେଉଛି । ୩ୟ ଦିନ ଖେଳ ଆରମ୍ଭରୁ ଇଂଲଣ୍ଡ ଦଳ ୮୪ ରନରେ ୫ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିବା ପରେ ଏବେ ହେରି ବ୍ରୁକ ଓ ଜେମି ସ୍ମିଥ ଇନିଂସକୁ ସଜାଡ଼ିବାକୁ ଉଦ୍ୟମ ଚଳାଇଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଇଂଲଣ୍ଡ ୫ ଓ୍ବିକେଟ ହରାଇ ୧୨୫ ରନ କରିଛି । ଭାରତ ପକ୍ଷରୁ ମହମ୍ମଦ ସିରାଜ ୩ଟି ଓ ଆକାଶଦୀପ ୨ଟି ଓ୍ବିକେଟ ନେଇ ଇଂଲଣ୍ଡ ଦଳର ଅଣ୍ଟା ଭାଙ୍ଗି ଦେଇଛନ୍ତି । ବ୍ୟାଟିଂ ବିପର୍ଯ୍ୟୟ ଫଳରେ ଇଂଲଣ୍ଡ ଫଲୋ-ଅନର ସମ୍ମୁଖୀନ ହେବାର ଅଶଙ୍କା ଦେଖାଯାଇଛି । ଗତ କାଲି (ଗୁରୁବାର) ଭାରତ ନିଜର ପ୍ରଥମ ଇନିଂସରେ ୫୮୭ ରନରେ ଅଲଆଉଟ ହୋଇଯାଇଥିଲା । 

Advertisment

ସର୍ବଶେଷ ସୂଚନା ଅନୁସାରେ ଇଂଲଣ୍ଡ ୫ ଓ୍ବିକେଟ ହରାଇ ୧୨୫ ରନ କରିଛି । ଭାରତ ପକ୍ଷରୁ ମହମ୍ମଦ ସିରାଜ ୩ଟି ଓ ଆକାଶଦୀପ ୨ଟି ଓ୍ବିକେଟ ନେଇ ଇଂଲଣ୍ଡ ଦଳର ଅଣ୍ଟା ଭାଙ୍ଗି ଦେଇଛନ୍ତି । ବ୍ୟାଟିଂ ବିପର୍ଯ୍ୟୟ ଫଳରେ ଇଂଲଣ୍ଡ ଫଲୋ-ଅନର ସମ୍ମୁଖୀନ ହେବାର ଅଶଙ୍କା ଦେଖାଯାଇଛି ।

ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ଓ ଯଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ କରିଥିଲେ ବି ରାହୁଲ ମାତ୍ର ୨ ରନ କରି ଆଉଟ ହୋଇଥିଲେ । କରୁନ ନାୟାର ୩୧ ରନ କରିଥିଲେ । ତେବେ ଜୟସ୍ବାଲ ଲଢୁଆ ବ୍ୟାଟିଂ କରି ୮୭ ରନ କରିଥିଲେ । ମାତ୍ର ଋଷଭ ପନ୍ତ ୨୫ ରନ ଓ ନୀତୀଶ ରେଡ୍ଡି ୧ ରନ କରି ଆଉଟ ହୋଇଥିଲେ । ତେବେ ଗିଲ୍ ଓ ରବୀନ୍ଦ୍ର ଜାଦେଜାଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ଜାଦେଜା ୮୯ ରନ ଓ ଓ୍ବାସିଂଟନ ସୁନ୍ଦର ୪୨ ରନ କରିଥିଲେ ।  ଇଂଲଣ୍ଡ ପକ୍ଷରୁ ସୋଏବ ବସିର ୩ଟି ଓ୍ବିକେଟ ନେଇଥିବାବେଳେ କ୍ରିସ ଓକ୍ସ ଓ ଜୋସ୍ ଟଙ୍ଗ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।