ବର୍ମିହାଂମ : ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ବର୍ମିଂହାମ ଟେଷ୍ଟର ଶେଷ ଦିନ। ଏହି ମ୍ୟାଚରେ ଭାରତ ସୁବିଧାଜନକ ସ୍ଥିତିରେ ରହିଥିବାବେଳେ ବର୍ଷା ହେବାରୁ ମ୍ୟାଚ ଅଟକି ରହିଥିଲା । ତେବେ ବର୍ଷା ଅଟକିବା ପରେ ପୁଣି ଖେଳ ଆରମ୍ଭ ହୋଇଛି । ସର୍ବଶେଷ ସୂଚନା ଅନୁସାରେ ଇଂଲଣ୍ଡ ନିଜର ୨ୟ ଇନିଂସରେ ୫ ଓ୍ବିକେଟ ହରାଇ ୧୦୪ ରନ କରିଛି । ଅର୍ଥାତ୍ ବର୍ଷା ପରେ ମ୍ୟାଚ ଆରମ୍ଭ ହେବା ପରେ  ଭାରତୀୟ ବୋଲରମାନେ ଆଉ ୨ଟି ଓ୍ବିକେଟ ନେଇସାରିଛନ୍ତି । ଏହା ଫଳରେ ଭାରତ ବିଜୟଠାରୁ ଆଉ ୫ଟି ଓ୍ବିକେଟ ଦୂରରେ ରହିଛି ଓ ଇଂଲଣ୍ଡକୁ ଆହୁରି ୫୦୮ ରନ ଆବଶ୍ୟକ ରହିଛି । ଭାରତ ପକ୍ଷରୁ ଆକାଶଦୀପ୍ ଘାତକ ବୋଲିଂର ପ୍ରଦର୍ଶନ କରି ଇଂଲଣ୍ଡ ଦଳର ୪ଟି ଓ୍ବିକେଟ ନେଇଛନ୍ତି । 

Advertisment

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୫୮୭ ରନ କରିଥିବାବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୪୦୭ ରନ କରିଥିଲା । ଏହା ପରେ ଭାରତ ନିଜର ୨ୟ ଇନିଂସରେ ଶୁବମନ ଗିଲଙ୍କ ଶତକ ବଳରେ ୪୨୭ ରନ କରିଥିଲା ଓ ଇଂଲଣ୍ଡ ଆଗରେ ୬୦୮ ରନର ଏକ ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।