ନୂଆଦିଲ୍ଲୀ: ଚଳିତମାସ ୩୦ ତାରିଖରୁ ଇଂଲଣ୍ଡରେ ଆୟୋଜିତ ହେବ କ୍ରିକେଟ୍ ବିଶ୍ବକପ୍। ଇଂଲିସ୍ ପିଚ୍ ନିଶ୍ଚିତ ଭାରତୀୟ ବୋଲରଙ୍କ ପାଇଁ କଷ୍ଟକର ହେଲେ ମଧ୍ୟ ସେମାନଙ୍କ ପାଖରେ ଥିବା ହଳାହଳ ବିଷ ମଧ୍ୟ ବାହାର କରିବାର ସୁଯୋଗ ରହିବ।
ଯେପରି କି ୧୯୮୩ରେ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ବକପ୍ ଭାରତ ଜିତିବ ବୋଲି କେହି କଳ୍ପନା କରିନଥିଲେ। ୧୯୮୩ ଜୁନ୍ ୨୫ ତାରିଖରେ ଲର୍ଡସ୍ଠାରେ ଅନୁଷ୍ଠିତ ଫାଇନାଲ୍ରେ ଦୁଇ ଥରର ବିଜେତା ୱେଷ୍ଟ୍ଇଣ୍ଡିଜ୍କୁ ଭେଟିଥିଲା ଭାରତ। ପିଚ୍ ଯେପରି ଥିଲା ଇଣ୍ଡିଜ୍ ଜିତିବ ବୋଲି ନିଶ୍ଚିତ ଥିଲା। ଅନ୍ୟ ପକ୍ଷରେ ଏହି ସବୁଜ ପିଚ୍ରେ ଖେଳିବା କଷ୍ଟକର ବୋଲି ଭାରତୀୟଙ୍କ ମଧ୍ୟରେ ଧାରଣା ମଧ୍ୟ ରହିଥିଲା। ସେଦିନ ଯାହା ଘଟିଲା ତାହା କ୍ରିକେଟ୍ ଲୋକକଥାରେ ଲିପିବଧ ହୋଇଗଲା। ଫାଇନାଲ୍ରେ ଭାରତ ୧୮୩ ରନ୍ କରିଥିଲା ବେଳେ କୃଷ୍ଣମାଚାରି ଶ୍ରୀକାନ୍ତ ଦଳ ପକ୍ଷରୁ ସର୍ବାଧିକ ୩୮ ରନ୍ କରିଥିଲେ। ସେ ପିଚ୍ ଯାହାଥିଲା କିଛି କୁହନ୍ତୁନି। କିନ୍ତୁ ମୋ ଅନ୍ତଜ୍ଞାନ ସେଦିନ ବିଚଳିତ ହେବାକୁ ଦେଇନଥିଲା। ମୁଁ ଭାବୁଥାଏ କିଭଳି ମାଲକମ୍ ମାର୍ସାଲ, ଆଣ୍ଡି ରବର୍ଟସ, ମାଇକେଲ ହୋଲ୍ଡିଂ ଏବଂ ଜୋଏଲ୍ ଗାର୍ନରଙ୍କୁ ମୁକାବିଲା କରିବି ବୋଲି ପିଚ୍ର ପ୍ରାକୃତିକ ଅବସ୍ଥା ଉପରେ କଥା ହେଲା ବେଳେ ଶ୍ରୀକାନ୍ତ ମନେପକାଇ କହିଥିଲେ।
ଟନ୍ବ୍ରିଜ୍ େୱଲ୍ସରେ ଜିମ୍ବାୱେ ବିପକ୍ଷରେ ଭାରତ ୧୭/୫ ସଂଘର୍ଷ କରୁଥିଲା ବେଳେ ଏହି କଷ୍ଟକର ପିଚ୍ରେ କପିଳ ଦେବ ୧୭୫ ରନ୍ କରିଥିଲେ। କପିଳଙ୍କ ଏହି ଧମାକାଦାର ପାଳି ଯୋଗୁଁ ଭାରତ ବିଜୟୀ ହୋଇଥିଲା। ମଧ୍ୟମ ଗତି ବୋଲର ରେଡ୍ ବଲ୍ରେ ଏହି ପିଚ୍ରେ ଯେପରି ପକାଉଥିଲେ ବାଉଣ୍ଡରି ପାଇବା କଷ୍ଟକର ହେଉଥିଲା। ସୁନିଲ ଗାଭାସ୍କର ଅତୀତର ଅନୁଭୂ୍ତିକୁ ମନେପକାଇ କହିଥିଲେ ଏଠାରେ ଥଣ୍ଡା ଥିଲା, ବଲ୍ ଘୁରୁଥିଲା। ମୋତେ ଲାଗୁଥିଲା ୭୦ରୁ ୮୦ ରନ୍ ମଧ୍ୟରେ ଆମକୁ ଆଉଟ୍ କରିଦେବେ । କିନ୍ତୁ ଏହା ୩୬ ବର୍ଷ ତଳର କଥା। ଗତ ଶନିବାର ଭାରତ ଖେଳିବାକୁ ଥିବା ପିଚ୍ ସାଉଥ୍ମ୍ପ୍ଟନ୍ରେ ପାକିସ୍ଥାନ ବିପକ୍ଷରେ ଇଂଲଣ୍ଡ ୩୭୩ ରନ୍ କରିଥିଲା। ପାକିସ୍ଥାନ ଏହାକୁ ପିଛା କରି ଫକର ଜମନ, ବାବର ଆଜମ ଓ ଅସିଫ୍ ଅଲ୍ଲୀଙ୍କ ଅର୍ଧଶତକୀୟ ପାଳି ଯୋଗୁଁ ନିକଟତର ହୋଇ ପରାସ୍ତ ହୋଇଥିଲା। ଏହି ଦିନ ମୋଟ ୭୩୪ ରନ୍ ହୋଇଥିଲ। ଏହାକୁ ଦେଖିଲେ ବିଶ୍ବକପ୍ରେ ବଡ଼ ସ୍କୋର୍ ନେଇ ସଙ୍କେତ ଦେଉଛି। ଗତ ୪ ବର୍ଷ ମଧ୍ୟରେ ଇଂଲଣ୍ଡରେ ଏଭଳି ବଡ଼ ବଡ଼ ସ୍କୋର ଦେଖିବାକୁ ମିଳୁଛି। ୧୯୭୧ରୁ ୨୦୧୫ ମଧ୍ୟରେ ଇଂଲଣ୍ଡରେ ୨୧ ଥର ୩୦୦ରୁ ଊର୍ଧ୍ବ ରନ୍ ହୋଇଥିଲା। କିନ୍ତୁ ଗତ ୪ ବର୍ଷରେ ୨୯ ଥର ହୋଇଥିଲା ବେଳେ ଏଥିରେ ଇଂଲଣ୍ଡ ୨୨ ଥର ସାମିଲ ରହିଛି।
ଯେତେବେଳେ ଆମେ ଖେଳିବା ଆରମ୍ଭ କରିଥିଲୁ ଏସବୁ ନଥିଲା। ଏବେ ସବୁ ରନ୍ ପାଇଁ ହେଉଛି। କାରଣ ଦର୍ଶକ ଅଧିକ ରନ୍ ଦେଖିବାକୁ ଇଛା କରୁଛନ୍ତି। ଫଳରେ ବୋଲର ପାଇଁ ସହଜ ହେଉନି ବୋଲି ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂହ କହିଛନ୍ତି। ସ୍ପିନରଙ୍କୁ ସଫଳତା ମିଳିବନି କଥାରେ ମୁଁ ଏକ ମତ ନୁହେଁ। ମୁଁ ସରେ ପାଇଁ ଖେଳିଛି, ମୁଁ ଜାଣିଛି ସ୍ପିନର ନିଶ୍ଚିତ ଭଲ କରିବେ। ରବୀନ୍ଦ୍ର ଜାଦେଜା ଦ ଓଭାଲ ଏବଂ ରୋଜ୍ ବାଉଲ୍ରେ ଉପଯୋଗୀ ରହିବେ ବୋଲି ସେ କହିଛନ୍ତି। ଗତ ୪ ବର୍ଷ ହେଲା ଇଂଲଣ୍ଡ ଘରୋଇ ପଡ଼ିଆରେ ଭଲ କରୁଛି। ଫଳରେ ଚଳିତ ବର୍ଷ ବିଶ୍ବକପ୍ ଏହି ଦଳ ଘରେ ଖେଳୁଥିବାରୁ ଟ୍ରଫି ଜିତିବା ଆଶା ଅଧିକ ରହିଛି। ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ ବୁମ୍ରାଙ୍କୁ ବିଶ୍ବର ଶ୍ରେଷ୍ଠ ବୋଲର ବୋଲି କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକର କହିଛନ୍ତି। ଇଂଲିସ୍ ପିଚ୍ରେ ସେ ନିଶ୍ଚିତ ଚମତ୍କାର କରିବେ। ସବୁଦଳରେ ଭଲ ବ୍ୟାଟ୍ସମ୍ୟାନ୍ ରହିଛନ୍ତି ହେଲେ ବୁମ୍ରାଙ୍କ ଭଳି ବୋଲର ନାହାନ୍ତି। ସେ ଯଦି ଅଟକିବେନି ତେବେ ଆମେ ତାଙ୍କୁ ବିଶ୍ବାସ କରିବାକୁ ବାଧ୍ୟ ହେବା ବୋଲି ହରଭଜନ କହିଛନ୍ତି।
ଭାରତୀୟ ବୋଲରଙ୍କ ପାଇଁ ଇଂଲିସ୍ ପିଚ୍ କଷ୍ଟକର ହେବ
/sambad/media/post_attachments/wp-content/uploads/2019/05/bollers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)