ମୁମ୍ବାଇ: ଭାରତ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ଇଂଲଣ୍ଡ ତା'ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ବେନ୍ ଡକେଟ୍ ଓ ଫିଲ୍ ସଲ୍ଟ ଇନିଂସ୍ ଆରମ୍ଭ କରିବେ। ଅଧିନାୟକ ଜୋସ ବଟଲରଙ୍କୁ ତୃତୀୟ ସ୍ଥାନରେ ଦେଖିବାକୁ ମିଳିବ। ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଦଳକୁ ଫେରିଛନ୍ତି।
ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶରେ ବ୍ୟାଟିଂ ବିଭାଗ ବହୁତ ଶକ୍ତିଶାଳୀ ଦେଖାଯାଉଛି। ୬ ଜଣ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଟି-୨୦ ବିଶେଷଜ୍ଞ ଖେଳାଳି। ସପ୍ତମ ସ୍ଥାନରେ ଖେଳୁଥିବା ଅଲରାଉଣ୍ଡର ଜେମି ଓଭରଟନ୍ ବ୍ୟାଟିଂରେ ଚମତ୍କାର ଫର୍ମରେ ଅଛନ୍ତି । ଇଂଲଣ୍ଡ ନିଜର ଭାରତ ଗସ୍ତରେ ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଭାରତ-ଇଂଲଣ୍ଡ ସିରିଜର ପ୍ରଥମ ଟି-୨୦ ମ୍ୟାଚ ଆସନ୍ତା କାଲି ଅର୍ଥାତ୍ ଜାନୁଆରି ୨୨ରେ କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯିବ ।
ଇଂଲଣ୍ଡ ଦଳ : ବେନ ଡକେଟ,ଫିଲ ସଲ୍ଟ, ଜସ ବଟଲର (ଅଧିନାୟକ) ହ୍ୟାରୀ ବ୍ରୁକ୍, ଲିଆମ ଲିଭିଙ୍ଗଷ୍ଟୋନ, ଜାକବ ବେଥେଲ, ଜେମି ଓଭରଟନ, ଗସ୍ ଆଟକିନସନ, ଜୋଫ୍ରା ଆର୍ଚର, ଆଦିଲ ରସିଦ ଓ ମାର୍କ ଉଡ୍ ।