ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍ରେ ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଜାରି ରଖିଛି। ଇଂଲଣ୍ଡକୁ ଟିମ୍ ଇଣ୍ଡିଆ ପ୍ରଥମ ପାଳିରେ ୨୮୪ ରନ୍ରେ ଅଲ୍ଆଉଟ୍ କରିଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍ ନେଇଛନ୍ତି। ସେହିପରି ଜସପ୍ରୀତ ବୁମାରଙ୍କୁ ୩ଟି, ମହମ୍ମଦ ସାମିଙ୍କୁ ୨ଟି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ୱିକେଟ୍ ମିଳିଛି। ଏଥି ସହିତ ଭାରତୀୟ ଟିମ୍ ପ୍ରଥମ ପାଳି ଆଧାରରେ ୧୩୨ ରନ୍ରେ ଅଗ୍ରଣୀ ରହିଛି।
ସୂଚନାଯୋଗ୍ୟ, ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୪୧୬ ରନ୍ ସଂଗ୍ରହ କରିଥିଲା। ଏଥିରେ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଦେଜାଙ୍କ ଶତକ ସାମିଲ ଥିଲା।ଗତକାଲିର ସ୍କୋର ତୁଳନାରେ ଆଜି ଇଂଲଣ୍ଡ ଟିମ୍ ଭଲ ପ୍ରଦର୍ଶନ କରିଥିଲା। ଇଂଲଣ୍ଡ ଗତକାଲି ୮୪ ରନ୍ ସଂଗ୍ରହ କରି ୫ଟି ୱିକେଟ ହରାଇଥିଲା। ଆଜି କିନ୍ତୁ ପରବର୍ତ୍ତୀ ୫ଟି ୱିକେଟ୍ ବିନିମୟରେ ୨୦୦ ରନ୍ ସଂଗ୍ରହ କରିଥିଲା।
/sambad/media/post_attachments/wp-content/uploads/2022/07/54h65sf4h65hfshsfsfhfh-750x409-1.jpg)
ଗତକାଲି ଦ୍ବିତୀୟ ଦିବସରେ ରବୀନ୍ଦ୍ର ଜାଦେଜାଙ୍କ ଶତକ (୧୦୪), ବ୍ୟାଟିଂ ବେଳେ ଯଶପ୍ରୀତ୍ ବୁମରାଙ୍କ ବିଶ୍ବ କୀର୍ତ୍ତିମାନ ଓଭର (୩୫ ରନ୍ ସଂଗ୍ରହ) ପରେ ଘରୋଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦ୍ବିତୀୟ ଦିନ ଖେଳ ଶେଷ ବେଳକୁ ଇଂଲଣ୍ଡ ୮୪ ରନ୍ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ରବୀନ୍ଦ୍ର ଜାଦେଜା ଶୁକ୍ରବାର ଦିନର ସଂଜମତାରୁ ଫାଇଦା ଉଠାଇ ଶତକ ପୂରଣ କରି ନେଇଥିଲେ। ଟେଷ୍ଟ୍ କ୍ରିକେଟ୍ରେ ଏହା ଜାଦେଜାଙ୍କ ତୃତୀୟ ଶତକ ହୋଇଥିବା ବେଳେ ଚଳିତ ବର୍ଷର ଦ୍ବିତୀୟ ଏବଂ ବିଦେଶ ମାଟିରେ ପ୍ରଥମ। ଶନିବାର ଭାରତ ମାତ୍ର ୧୧.୫ ଓଭର ଖେଳିଥିଲେ ମଧ୍ୟ ୭୮ ରନ୍ ଯୋଡ଼ି ନେଇଥିଲା। ବୁମରାଙ୍କ ବିସ୍ଫୋରକ ପାଳି ପୂର୍ବରୁ ମହମ୍ମଦ ସାମିଙ୍କୁ ସାଥି କରି ଜାଦେଜା (୧୦୪ ରନ୍, ୧୯୪ ବଲ୍, ୧୩ ଚୌକା) ମଧ୍ୟ ୩୩ ରନ୍ ସଂଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/FWvsjMxWAAQJoOE.jpg)