ସାଉଥହମ୍ପଟନ ଟେଷ୍ଟ : ଇଂଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ୮୭ ରନରେ ହରାଇଲା ୫ଟି ୱିକେଟ

ଲଣ୍ଡନ : ଇଂଲାଣ୍ଡର ସାଉଥହମ୍ପଟନଠାରେ ଥିବା ରୋଜ ବାଉଲ ଷ୍ଟାଡିୟମଠାରେ ଗତ କାଲିଠାରୁ ଆରମ୍ଭ ହୋଇଥିବା ଇଂଲାଣ୍ଡ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟର ଆଜି ହେଉଛି ୨ୟ ଦିନ । ଶେଷ ଖବର ମିଳିବା ସୁଦ୍ଧା ଇଂଲାଣ୍ଡ ୫ ୱିକେଟ ହରାଇ ମାତ୍ର ୧୧୬ ରନ ସଂଗ୍ରହ କରିଛି ।

ଗତକାଲି  ଇଂଲାଣ୍ଡ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ରୋରି ବର୍ନସ ଓ ଡୋମିନିକ ସିବଲି ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ସିବଲି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ତେବେ ରୋରି  ଓ ୩ ନମ୍ବରରେ ଆସିଥିବା ଜୋଏ ଡେନଲି ଧୈର୍ଯ୍ୟର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । କିନ୍ତୁ ଡେନଲି ମଧ୍ୟ ୧୮ ରନ କରି ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ଜାକ କ୍ରାଉଲି ମାତ୍ର ୧୦ ରନ କରି ହୋଲଡରଙ୍କ ବଲରେ ଏଲବିଡବ୍ଲୁ ହୋଇଥିଲେ । ଏହା ପରେ ଆସିଥିବା ଓଲି ପୋପ ମଧ୍ୟ ୧୨ ରନ କରି ଆଉଟ ହୋଇଥିଲେ । ଦଳର ସ୍କୋର ୮୭ ରନ ଥିବାବେଳେ ୫ ଟି ୱିକେଟ ହରାଇଥିଲା । ତେବେ ବେନ ଷ୍ଟୋକସ ଓ ଜସ ବଟଲର ଏବେ କ୍ରିଜରେ ମହଜୁଦ ଅଛନ୍ତି ଓ ସ୍କୋରକୁ ଆଗେଇ ନେଉଛନ୍ତି ।

image credit : England Cricket

 

ଏହି ଟେଷ୍ଟ ମ୍ୟାଚ ଉପରେ ସମଗ୍ର ବିଶ୍ବର କ୍ରିକେଟ ପ୍ରେମୀଙ୍କ ନଜର ରହିଛି । କାରଣ କରୋନା ମହାମାରୀ ଯୋଗୁଁ ଗତ କିଛିମାସ ଧରି କ୍ରିକେଟ ବନ୍ଦ ରହିବା ପରେ ଏହା ହେଉଛି ପ୍ରଥମ ମ୍ୟାଚ । କରୋନା ମହାମାରୀ କ୍ରିକେଟ ଜଗତକୁ ଏକ ବଡ଼ ଧକ୍କା ଦେଇଛି । କିନ୍ତୁ ଏହି ମ୍ୟାଚ ମାଧ୍ୟମରେ ନୂଆ ନିୟମ ଓ କଟକଣା ସହ କ୍ରିକେଟ ପୁଣି ଛିଡ଼ା ହେବାକୁ ଚେଷ୍ଟା କରୁଛି ।

ସମ୍ବନ୍ଧିତ ଖବର