ନାଗପୁର: ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍ ଗୁରୁବାର ନାଗପୁରର ବିଦର୍ଭ କ୍ରିକେଟ୍ ସଂଘ (ଭିସିଏ) ଷ୍ଟାଡିୟମ୍ରେ ଖେଳାଯାଉଛି। ମ୍ୟାଚ୍ରେ ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆ ପକ୍ଷରୁ ବୋଲିଂ ଆରମ୍ଭ ହୋଇଛି।
ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯିବ।
ଏହି ଶୃଙ୍ଖଳା ପାକିସ୍ତାନ ଏବଂ ୟୁଏଇରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତୁତି ଲାଗି ଉଭୟ ଦଳ ପାଇଁ ନିଶ୍ଚିତ ଭାବେ ଉପଯୋଗୀ ସାବ୍ୟସ୍ତ ହେବ।
🚨 Toss Update from Nagpur 🚨
— BCCI (@BCCI) February 6, 2025
England have elected to bat against #TeamIndia in the 1⃣st #INDvENG ODI.
Follow The Match ▶️ https://t.co/lWBc7oPRcd@IDFCFIRSTBank pic.twitter.com/KmvYPhvERw
ଅଧିକ ପଢ଼ନ୍ତୁ: ୨୧ ଫେବ୍ରୁଆରିରୁ ମାଟ୍ରିକ୍ ପରୀକ୍ଷା: ୩,୧୩୩ କେନ୍ଦ୍ରରେ ପରୀକ୍ଷା, ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା
ଶୃଙ୍ଖଳା ଜିତିଥିବା ଦଳ ଆତ୍ମବିଶ୍ବାସର ସହ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଯିବ। ଏହା ପୂର୍ବରୁ ଦୁଇଦେଶ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଭାରତ ୪-୧ରେ ଜିତିନେଇଛି। ଉଭୟ ଦଳ ଶେଷ ଥର ପାଇଁ ୨୦୨୩ ଏକଦିବସୀୟ ବିଶ୍ବକପ୍ରେ ଲକ୍ଷ୍ନୌରେ ଖେଳିଥିଲେ। ଏହି ମ୍ୟାଚ୍କୁ ଭାରତ ୧୦୦ ରନ୍ର ବଡ଼ ବ୍ୟବଧାନରେ ଜିତି ନେଇଥିଲା।
ଅଧିକ ପଢ଼ନ୍ତୁ: ଜେନେରାଲ ଶ୍ରେଣୀରେ ଯୋଡ଼ି ହେବ ୬ ହଜାରରୁ ଅଧିକ ବଗି