ଦୁବାଇ : ଦୁବାଇଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ ମ୍ୟାଚରେ ଇଂଲଣ୍ଡ ଓ୍ବେଷ୍ଟଇଣ୍ଡିଜକୁ ୬ ଓ୍ବିକେଟରେ ପରାସ୍ତ କରିଛି । ଓ୍ବେଷ୍ଟଇଣ୍ଡିଜ ଦ୍ବାରା ରଖାଯାଇଥିବା ୫୬ରନର ଲକ୍ଷ୍ୟକୁ ଇଂଲଣ୍ଡ ୮.୨ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଇଂଲଣ୍ଡ ପକ୍ଷରୁ ବଟଲର ସର୍ବାଧିକ ୨୪ ରନ କରିଥିଲେ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡଜ୍ ଆରମ୍ଭରୁ ହିଁ ନିୟମିତଭାବେ ଓ୍ବିକେଟ ହରାଇ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ଶେଷ ପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରୁ ଉଦ୍ଧାର ପାଇପାରିନଥିଲା । ଦଳର ଜଣେ ମାତ୍ର ବ୍ୟାଟ୍ସମ୍ୟାନ (କ୍ରିସ ଗେଲ ୧୩) ଦୁଇ ଅଂକ ଛୁଇଁପାରିଥିଲେ । ଦଳ ୧୪.୧ ଓଭରରେ ୫୫ ରନ କରିପାରିଥିଲା । ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ୪ଟି ଓ୍ବିକେଟ ନେଇଥିବାବେଳେ ମୋଇନ ଅଲ୍ଲି ଓ ଟାଇମାଲ ମିଲ୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଆଜିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୫ ଓ୍ବିକେଟରେ ପରାସ୍ତ କରିଥିଲା ।