ବିଶ୍ବକପ୍ : ଇଂଲଣ୍ଡ ୮ ଓ୍ବିକେଟରେ ବିଜୟୀ, ବାଂଲାଦେଶର ୨ୟ ପରାଜୟ  

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ଇଂଲଣ୍ଡ ବାଂଲାଦେଶକୁ ୮ ଓ୍ବିକେଟରେ ପରାସ୍ତ କରିଛି । ବାଂଲାଦେଶ ଦ୍ବାରା ରଖାଯାଇଥିବା ୧୨୫ ରନର ଲକ୍ଷ୍ୟକୁ ଇଂଲଣ୍ଡ ୧୪.୧ ଓଭରରେ ମାତ୍ର ୨ ଓ୍ବିକେଟ ହରାଇ ହାସଲ କରିନେଇଛି ।  ଜାନସ ରଏ ସର୍ବାଧିକ ୬୧ ରନ କରିଥିବାବେଳେ ବଟଲର ୧୮ ଓ ଡାଓ୍ବିଡ୍ ମଲାନ ୨୮ରନ କରିଥିଲେ ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଆରମ୍ଭରୁ ନିଜର ଦୁଇ ଓପନରଙ୍କୁ ହରାଇ ସଂକଟରେ ପଡ଼ିଥିଲା । ୩ୟ ସ୍ଥାନରେ ଆସିଥିବା ସାକିବୁଲ ହସନ ମଧ୍ୟ ମାତ୍ର ୪ ରନ କରି ଆଉଟ ହୋଇଥିଲେ । ତେବେ ମୁସ୍ତାଫିଜୁର ରହିମ ଓ ମହମ୍ମଦୁଲ୍ଲା କିଛି ସମୟ କ୍ରିଜରେ ତିଷ୍ଠି ରହି ସ୍କୋରକୁ ଆଗେଇ ନେଇଥିଲେ । ରହିମ ୨୯ ଓ ମହମ୍ମଦୁଲ୍ଲା ୧୯ ରନ କରିଥିଲେ । ଦଳର ନିମ୍ନଭାଗ ବ୍ୟାଟ୍ସମ୍ୟାନମାନେ କିଛି କିଛି ରନର ଯୋଗ ଦାନ ଦେଇ ଦଳୀୟ ସ୍କୋରକୁ ୧୨୪ରେ ପହଞ୍ଚାଇଥିଲେ ।

ଏହି ବିଜୟ ସହ ଇଂଲଣ୍ଡର ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚିଛି । ମାତ୍ର ବାଂଲାଦେଶ ଦୁଇଟି ମ୍ୟାଚ ଖେଳି ଦୁଇଟିରେ ପରାଜିତ ହୋଇଛି ।

 

ସମ୍ବନ୍ଧିତ ଖବର