ଭାରତ-ଇଂଲଣ୍ଡ ଚତୁର୍ଥ ଟି-୨୦ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆଜି ଭାରତ-ଇଂଲଣ୍ଡ ଟି-୨୦ ସିରିଜର ୪ର୍ଥ ମ୍ୟାଚ ଖେଳାଯାଉଛି । ଇଂଲଣ୍ଡର ଅଧିନାୟକ ଇଅନ ମୋର୍ଗାନ ଟସ ଜିଣି ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

ଚଳିତ ସିରିଜରେ ଇଂଲଣ୍ଡ ୨ଟି ମ୍ୟାଚ ଜିତିଥିବାବେଳେ ଭାରତ ଗୋଟିଏ ମ୍ୟାଚ ଜିତିଛି । ଫଳରେ ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ସିରିଜ ହାତେଇବାକୁ ହେଲେ ଭାରତକୁ ଆଜିର ମ୍ୟାଚ ଜିତିବାକୁ ପଡ଼ିବ । ସିରିଜର ପ୍ରଥମ ମ୍ୟାଚରେ ଖେଳ ହୋଇଥିବା ପିଚରେ ଆଜିର ମ୍ୟାଚ ଖେଳାଯାଉଛି ।

ଏହି ମ୍ୟାଚ ପାଇଁ ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଭାରତୀୟ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି । ୟୁଜବେନ୍ଦ୍ର ଚହଲଙ୍କ ବଦଳରେ ରାହୁଲ ଚହରଙ୍କୁ ଟିମରେ ନିଆଯାଇଛି । ଇଶାନ କିଷନଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ନିଆଯାଇଛି ।

ଗତ ମ୍ୟାଚ ପରି ଏହି ମ୍ୟାଚ ମଧ୍ୟ ବିନା ଦର୍ଶକରେ ଖେଳାଯାଉଛି । ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସମ୍ବନ୍ଧିତ ଖବର