ସିରିଜର ଶେ‌ଷ ଟି-୨୦ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ଅହମଦାବାଦ: ଆଜି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଭାରତ-ଇଂଲଣ୍ଡ ଟି-୨୦ ସିରିଜର ଶେଷ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ  ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ଗତ ଥର ପରି ଏହି ମ୍ୟାଚରେ ବି ଭାରତ ପ୍ରଥମେ ବ୍ୟାଟିଂ କରିବ ।

ସିରିଜ ଏବେ ୨-୨ରେ ବରାବର ଥିବାରୁ ଆଜିର ମ୍ୟାଚ ସିରିଜ ବିଜେତା ନିର୍ଣ୍ଣୟ କରିବ । ଫଳରେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ‘କର ବା ମର’ ମ୍ୟାଚରେ ପରିଣତ ହୋଇଛି ।

ଗତ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିବା ପରେ ଭାରତୀୟ ଦଳର ମନୋବଳ ଉଚ୍ଚ ରହିଛି । ଅନ୍ୟପକ୍ଷରେ ଇଂଲଣ୍ଡ ଦଳ ମଧ୍ୟ ନିଜର ଲଢୁଆ ଖେଳ ପ୍ରଦର୍ଶନ କରି ମ୍ୟାଚ ଓ ସିରିଜ ହାତେଇବାକୁ ଉଦ୍ୟମ କରିବ ।

ଆଜିର ମ୍ୟାଚରେ କେ.ଏଲ.ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି ଓ ତାଙ୍କ ସ୍ଥାନରେ ବୋଲର ଟି.ନଟରାଜନଙ୍କୁ ଖେଳାଯାଉଛି । ଆଜିର ମ୍ୟାଚରେ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ଇନିଂସ ଓପନ କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର