ପ୍ରଥମ ଟି-୨୦ : ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ରୋହିତଙ୍କୁ ବିଶ୍ରାମ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଛି । ଏଥିରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଏହି ମ୍ୟାଚରେ ଭାରତର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ଅନ୍ୟତମ ତାରକା ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ ଦଳକୁ ଫେରିଛନ୍ତି ।

ଇଂଲଣ୍ଡ ଭାରତ ବିପକ୍ଷରେ ପୂର୍ବରୁ ଟେଷ୍ଟ ସିରିଜରେ ପରାଜିତ ହୋଇଛି । ୩-୧ରେ ଇଂଲଣ୍ଡକୁ ପରାସ୍ତ କରିଥିଲା ଭାରତ । ଭାରତ ପୁଣି ଟି-୨୦ରେ ମଧ୍ୟ ଚମତ୍କାର ଦେଖାଇବ ବୋଲି ଆଶା ରହିଛି । ସେହିପରି ଟେଷ୍ଟରେ ପରାଜିତ ହୋଇଥିବା ଇଂଲଣ୍ଡ ଦଳ ଟି-୨୦ରେ ଫର୍ମକୁ ଫେରିବାକୁ ଚେଷ୍ଟା କରିବ ।

ଏହି ପିଚଟି ସ୍ପିନରମାନଙ୍କୁ ସୁହାଇବାର ସମ୍ଭାବନା ରହିଛି । ତେବେ ମ୍ୟାଚର ପରବର୍ତ୍ତୀ ସମୟରେ ପିଚରେ କାକର ପଡ଼ିବାର ସମ୍ଭାବନା ରହିଛି, ଯାହାକି ବୋଲରମାନଙ୍କୁ ସମସ୍ୟାରେ ପକାଇବ ।

 

ସମ୍ବନ୍ଧିତ ଖବର