ଆଜି ଲର୍ଡ୍ସଠାରେ ଇଂଲାଣ୍ଡ-ଅଷ୍ଟ୍ରେଲିଆ ଲଢେଇ : ଟସ ଜିଣି ଇଂଲାଣ୍ଡର ବୋଲିଂ ନିଷ୍ପତ୍ତି

ଲଣ୍ଡନ : ଆଜି ଐତିହାସିକ ଲର୍ଡ ଷ୍ଟାଡିୟମଠାରେ ବିଶ୍ୱକପ କ୍ରିକେଟ ୨୦୧୯ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଚିରାଚରିତ ପ୍ରତିଦ୍ୱନ୍ଦୀ ଇଂଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଇଂଲାଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରେ ୨ଟି ପରିବର୍ତ୍ତନ କରାଯାଇଛି । ଆଡାମ ଜାମ୍ପା ଓ ନାଥନ କୋଲଟର-ନାଇଲଙ୍କ ସ୍ଥାନରେ ନାଥନ ଲିଅନ ଓ ଜାସନ ବେହେରାନଡ୍ରଫଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି । ଅନ୍ୟପକ୍ଷରେ ଇଂଲାଣ୍ଡ ଦଳ ନିଜର ଚୂଡାନ୍ତ ଏକାଦଶକୁ ଅପରିବର୍ତ୍ତିତ ରଖିଛି ।

ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳ ୬ ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୧ଟି ପରାଜୟ ସହ ମୋଟ ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ଥିବାବେଳେ ଇଂଲାଣ୍ଡ ୬ ମ୍ୟାଚର ୪ ବିଜୟ ଓ ୨ ପରାଜୟ ସହ ୮ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର