ଓ୍ୱିକେଟ୍ ଦଖଲ ପରେ ନିଆରା ଉତ୍ସବ ମନାଇଲେ ସାମ୍‍ସୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଏମ୍‍ଜାନ୍ସି ସୁପର ଲିଗ୍ ପ୍ରତିଯୋଗିତାରେ ସ୍ପିନର୍ ତାବ୍ରିଜ୍‌ ସାମ୍‍ସୀ ଵିକେଟ୍ ଅକ୍ତିଆର କରିବା ପରେ ଏକ ନିଆରା ଢଙ୍ଗରେ ଉତ୍ସବ ମନାଉଥିବାର ଦେଖିବାକୁ ମିଳିଛି। ଡର୍ବାନ ହିଟ୍‍ର ବ୍ୟାଟ୍ସମ୍ୟାନ୍ ଵିହାବ୍ ଲୁବେଙ୍କ ଵିକେଟ୍ ନେଇ ସାମ୍‍ସୀ ଯାଦୁ ଦେଖାଇଥିଲେ। ଲୁବେଙ୍କ ଵିକେଟ୍ ନେବା ପରେ ସାମ୍‍ସୀ ପକେଟ୍‍ରୁ ଏକ ନାଲି ରୁମାଲ୍ ବାହାର କରି ନିଜ ଯାଦୁ ବଳରେ ଏହାକୁ ଗୋଟିଏ ବାଡ଼ିରେ ପରିଣତ କରି ଖୁସି ମନାଇଥିଲେ। ଏପରିକି ସାମ୍‌ସୀ ମଧ୍ୟ ନିଜ ଜୋତାକୁ ବାମ ହାତରେ ଧରି ଫୋନ୍‌ ଭଳି କାନ ପାଖରେ ରଖି ନିଆରା ଉତ୍ସବ ମନାଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହି ମ୍ୟାଚ୍‌ରେ ସାମ୍‍ସୀଙ୍କ ଦଳ ପାର୍ଲ ରକ୍ସ ୬ ଵିକେଟରେ ଡର୍ବାନ ହିଟ୍‍ ପାଖରୁ ହାରିଯାଇଥିଲା।

ସମ୍ବନ୍ଧିତ ଖବର