ଅନ୍ତଃମହାବିଦ୍ୟାଳୟ କବାଡ଼ି: ୟୁଏନ୍‌ଏସ୍‌ ବିଜେତା

ପାଣିକୋଇଲି: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଜୋନ୍‌ ଅନ୍ତଃମହାବିଦ୍ୟାଳୟ କବାଡ଼ି ପ୍ରତିଯୋଗିତାରେ ୟୁଏନ୍‌ଏସ୍‌ (ଉପେନ୍ଦ୍ର ନାରାୟଣ ସାହୁ) ମହାବିଦ୍ୟାଳୟ ମୁଗୁପାଳ ବିଜେତା ହୋଇଛି। ବୁଧବାର ଫାଇନାଲ୍‌ରେ ଏହି ଦଳ ୮-୬ ପଏଣ୍ଟ୍‌ରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ପରାସ୍ତ କରିଦେଇଛି।

ଦୁଇ ଦିନ ଧରି ମା’ ତାରିଣୀ ମହାବିଦ୍ୟାଳୟ ପାଣିକୋଇଲି ଠାରେ ଚାଲିଥିବା ପ୍ରତିଯୋଗିତାରେ ମୋଟ୍‌ ୨୧ ମହାବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ସେମିଫାଇନାଲ୍‌ରେ ବ୍ୟାସନଗନଗ ମହାବିଦ୍ୟାଳୟ କେନ୍ଦ୍ରାପଡ଼ା ସାଂଧ୍ୟ ମହାବିଦ୍ୟାଳୟକୁ ଏବଂ ମୁଗୁପାଳ ମହାବିଦ୍ୟାଳୟ ଧର୍ମଶାଳା ମହାବିଦ୍ୟାଳୟକୁ ପରାସ୍ତ କରିଥିଲା। ସଂଘର୍ଷପୂର୍ଣ୍ଣ ଫାଇନାଲର ନିର୍ଧାରିତ ସମୟରେ ଉଭୟ ୨୯ ପଏଣ୍ଟ ଲେଖାଏଁ ଅର୍ଜନ କରି ସମାନ ସ୍ଥିତିରେ ରହିଥିଲେ। ଶେଷରେ ମୁଗୁପାଳ ୮-୬ ପଏଣ୍ଟରେ ବିଜୟୀ ହୋଇ ଜୋନ୍‌-୧ ବିଜେତା ହୋଇଥିଲା। କୃଷ୍ଣଚନ୍ଦ୍ର ପଣ୍ଡା, ବଦ୍ରିନାରାୟଣ ଦଳାଇ, ରମେଶ ଚନ୍ଦ୍ର ପଣ୍ଡା, ସୁରେଶ ସାହୁ, ଅନାଦି ସାହୁ, ଜୟିରାମ ମାଝୀ, ଚନ୍ଦ୍ରମଣି ସାହୁ, ପଙ୍କଜ ସାହୁ, ପପୁନ ମଲିକ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର