ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନରେ ପ୍ରମୋଦ, ଦୀପଙ୍କ ଅଭିଯାନ

ଭୁବନେଶ୍ବର: ବ୍ରାଜିଲର ସାଓ ପୌଲୋରେ ଚାଲିଥିବା ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଦୁଇ ଓଡ଼ିଆ ତାରକା ପ୍ରମୋଦ ଭଗତ (ଏସ୍‌ଏଲ୍-୩) ଏବଂ ଦୀପ ରଂଜନ ବିଶୋୟୀ (ଏସ୍‌ଏଲ୍‌-୪) ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମିଶ୍ରିତ ଯୁଗଳ ଗ୍ରୁପ୍‌ ମ୍ୟାଚ୍‌ରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଓ ତାଙ୍କ ସାଥୀ ପଲକ କୋହଲି ୨୧-୧୭, ୨୧-୮ରେ ଫ୍ରାନ୍ସର କୋରାଲିନ୍‌ ବର୍ଗେରନ୍‌ ଓ ଅବଦୁଲ୍ଲା ଏତ ବେଲାଙ୍କୁ ପରାସ୍ତ କରିଥିଲେ। ଏକକରେ ଦୀପ ରଂଜନ ବିଷୋୟୀ ୨୧-୭, ୨୧-୬ ଫ୍ରାନ୍ସର ଟେଡ୍ଡୀ ଜେମ୍ମା ଫେରାଜାଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର