କେକେଆର୍‌ ଆଇପିଏଲ୍‌ର ଶ୍ରେଷ୍ଠ ଦଳ: ମୋର୍ଗାନ୍‌

ନୂଆଦିଲ୍ଲୀ : ଇଂଲଣ୍ଡ ବିଶ୍ବକପ୍‌ ବିଜେତା ଦଳର ଅଧିନାୟକ ଇଅନ ମୋର୍ଗାନ ଆଇପିଏଲ୍‌ ନିଲାମରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପାଇଁ କିଣା ହୋଇଛନ୍ତି। ‌ଏବେ ଏହି ବାମହାତୀ ବ୍ୟାଟ୍ସମ୍ୟାନ ଇଂଲଣ୍ଡରେ ଅଛନ୍ତି ଏବଂ କେକେଆର୍‌କୁ ପ୍ରତିଯୋଗିତାର ଶ୍ରେଷ୍ଠ ଦଳ ଭାବେ ସେ ବର୍ଣ୍ଣନା କରିଛନ୍ତି। ଦଳ ସହ ସେ ତିନିବର୍ଷ ଧରି ଖେଳିଛନ୍ତି। ଦଳର ମାଲିକଙ୍କଠୁ ଆରମ୍ଭ କରି ଯୁବ ଖେଳାଳି ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବା ସେ କହିଛନ୍ତି। ଆଇପିଏଲ୍‌ର‌ ଶ୍ରେଷ୍ଠ ତିନି ଦଳଙ୍କ ମଧ୍ୟରେ କେକେଆର୍‌ ଆସୁଥିଲା ବେଳେ ଦଳର ରଣନୀତି ଯୋଗୁଁ ଅନେକଥର ସଫଳତା ମିଳିଛି। ଦଳର ସ୍ଥିରତା ସ୍ତର ଉଚ୍ଚକୋଟିର ଏବଂ ପ୍ରମୁଖ ଖେଳାଳିମାନଙ୍କ ଉପରେ ଆସ୍ଥା ରଖିବା ପ୍ରଶଂସନୀୟ। ଯେଉଁଭଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ଆରମ୍ଭରୁ ସେମାନଙ୍କ ଖେଳାଳିଙ୍କୁ ସମର୍ଥନ ଦେଇଆସୁଛନ୍ତି। ଯଦି କୌଣସି ଖେଳାଳିଠାରେ ପ୍ରକୃତ ପ୍ରତିଭା ଅଛି କିମ୍ବା ନେତୃତ୍ବ ନେବାର ଦକ୍ଷତା ଅଛି, ତାହେଲେ ସେମାନଙ୍କୁ ଆଗକୁ ବଢିବାକୁ ଦିଆଯାଇଥାଏ ବୋଲି ମୋର୍ଗାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

୨୦୧୨ ସଂସ୍କରଣରେ କେକେଆର୍‌ ବିଜେତା ହୋଇଥିବା ଘଟଣାକୁ ମନେପକାଇ ମୋର୍ଗାନ କହିଛନ୍ତି ଯେ ସେହି ବର୍ଷ ଦଳ ପ୍ରଥମ ଥର ବିଜେତା ‌େହାଇଥିଲା। ଯେତେବେଳେ ଦଳ ପ୍ରଥମେ କୋଲକାତାକୁ ଫେରିଥିଲା, ସେତେବେଳେ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାଭଳି ଥିଲା। ଯଦିଓ ମୋର୍ଗାନ ମାତ୍ର କିଛି ସମୟ ପାଇଁ ଦଳ ସହିତ କୋଲକାତାରେ ରହିଥିଲେ, ସେତେବେଳେ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରଶଂସକମାନେ ଭିଡ଼ ଜମାଇ ସେମାନଙ୍କ ହିରୋଙ୍କୁ ଅଭିବାଦନ ଜଣାଇଥିଲେ। ଇଡେନ ଗାର୍ଡେନ୍‌ରେ ମଧ୍ୟ ବିପୁଳ ସଂଖ୍ୟାରେ ପ୍ରଶଂସକମାନେ ଉପସ୍ଥିତ ଥିଲେ। ସେମାନଙ୍କ ମୁହଁରେ ଯେପରି ଖୁସି ଦେଖାଯାଉଥିଲା ଓ ଯେଉଁଭଳି ଭାବେ ସମର୍ଥନ ମିଳୁଥିବା ତାହା ଅଦ୍ଭୁଦପୂର୍ବ ‌ବୋଲି ‌େମାର୍ଗାନ୍‌ ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧିତ ଖବର