ୟୁରୋ କପ୍‌: ନେଦରଲାଣ୍ଡର ହ୍ୟାଟ୍ରିକ ବିଜୟ, ୟୁକ୍ରେନକୁ ହରାଇ ପ୍ରିକ୍ବାର୍ଟର୍‌ରେ ଅଷ୍ଟ୍ରିଆ

ଆମଷ୍ଟରଡାମ ଚଳିତ ୟୁରୋ ୨୦୨୦ରେ ନେଦରଲାଣ୍ଡ୍‌ ହ୍ୟାଟ୍ରିକ ବିଜୟ ସହ ଗ୍ରୁପ୍‌-ସି’ର ଶୀର୍ଷ ସ୍ଥାନରେ ରହିଛି। ପୂର୍ବରୁ ଦୁଇ ମ୍ୟାଚ୍‌ ଜିତି ନକ୍‌ଆଉଟ୍‌ରେ ସ୍ଥାନ ପକ୍କା କରିଥିବା ‌ଏହି ଦଳ ସୋମବାର ୩-୦ ଗୋଲ୍‌ରେ ଉତ୍ତର ମାସେଦୋନିଆକୁ ପରାସ୍ତ କରିଛି। ମ୍ୟାଚ୍‌ର ୨୪ତମ ମିନିଟ୍‌ରେ ମେମ୍ଫିସ ଦିପେଙ୍କ ଗୋଲ୍‌ ବଳ‌ରେ ଘରୋଇ ନେଦରଲାଣ୍ଡ୍‌ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟାର୍ଦ୍ଧରେ ଜର୍ଜିନିଓ ୱିଜ୍‌ନାଲଡମ୍‌ (୫୦, ୫୭ ମିନିଟ୍‌)ଙ୍କ ଯୁଗଳ ଗୋଲ୍‌ ବଳରେ ନେଦରଲାଣ୍ଡ ସହଜ ବିଜୟକୁ ନିଶ୍ଚିତ କରିଥିଲା।

ୟୁକ୍ରେନକୁ ହରାଇ ପ୍ରିକ୍ବାର୍ଟର୍‌ରେ ଅଷ୍ଟ୍ରିଆ
ବୁକାରେଷ୍ଟ‌େରେ ଗ୍ରୁପ୍‌-ସି’ରେ ନେଦରଲାଣ୍ଡ ସହ ଅଷ୍ଟ୍ରିଆ ଦ୍ବିତୀୟ ଦଳ ଭାବେ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛି। ସୋମବାର ରୋମାନିଆର ବୁକାରେଷ୍ଟସ୍ଥିତ ନ୍ୟାସ୍‌ନାଲ ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ୟଏକ ମ୍ୟାଚ୍‌ରେ ଅଷ୍ଟ୍ରିଆ ୧-୦ ଗୋଲ୍‌ରେ ୟୁକ୍ରେନ୍‌କୁ ପରାସ୍ତ କରିଛି। ଦଳ ପକ୍ଷରୁ ଏହି ଏକମାତ୍ର ଗୋଲ୍‌ଟି ଖ୍ରିଷ୍ଟୋଫ ବୌମଗାର୍ଟନର (୨୧ ମିନିଟ୍‌) ଦେଇଥିଲେ। ଏଥି ବିଜୟରୁ ପୂରା ୩ ପଏଣ୍ଟ କରାୟତ୍ତ କରି ନେଦରଲାଣ୍ଡ ପଛକୁ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ୟୁକ୍ରେନ (୩ ପଏ ଣ୍ଟ୍‌) ତୃତୀୟ ଏବଂ ଉତ୍ତର ମାସେଦୋନିଆ ‌ପଏଣ୍ଟ୍‌ ଶୂନ୍ୟ ରହି ଶେଷ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର