ଜେଲସେଙ୍କିର୍ଚେନ୍: ଚଳିତ ୟୁରୋ କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଗତ ଥରର ବିଜେତା ଇଟାଲିକୁ ଶକ୍ତ ଝଟ୍କା ଲାଗିଛି। ଗୁରୁବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏକ ଗ୍ରୁପ୍-ବି ମ୍ୟାଚ୍ରେ ସ୍ପେନ୍ ୧-୦ ଗୋଲ୍ରେ ଇଟାଲିକୁ ହରାଇ ଦେଇଛି। ୨୧ ବର୍ଷୀୟ ଯୁବ ଫରୱାର୍ଡ ନିକୋ ୱିଲିୟମ୍ସ ଚମତ୍କାର ଖେଳିଥିବାବେଳେ ସ୍ପେନ୍ ବହୁବାର ଫିନିସିଂ କରିନପାରି ମାତ୍ର ଗୋଟିଏ ଗୋଲ୍ ବ୍ୟବଧାନରେ ଜିତିଛି। ଡାନାମୁରା ଏକାଧିକ ଗୋଲ୍ ବଞ୍ଚାଇନଥିଲେ ଇଟାଲିକୁ ବଡ଼ ବ୍ୟବଧାନରେ ହାରିବାକୁ ପଡ଼ିଥାନ୍ତା। ଏହି ଏକମାତ୍ର ଗୋଲଟି ରିକୋଡି କାଲାଫୋରି (୫୫ତମ ମିନିଟ)ଙ୍କ ଆତ୍ମଘାତୀ ଗୋଲ୍ ଥିଲା। ତାଙ୍କ ଆଣ୍ଠୁରେ ବାଜି ବଲ୍ ନିଜ ଗୋଲ୍ ପୋଷ୍ଟ ଭିତରକୁ ପଶିଯାଇଥିଲା। ଏଥି ସହିତ ସ୍ପେନ୍ ୨ରୁ ୨ ବିଜୟ ସହ ଗ୍ରୁପ୍-ବି ବିଜେତା ହୋଇ ପ୍ରିକ୍ବାର୍ଟରକୁ ଉନ୍ନୀତ ହୋଇଛି। ଆଲବାନିଆଠୁ ଜିତି ଅଭିଯାନ ଆରମ୍ଭ କରିଥିବା ଇଟାଲି ୨ ମ୍ୟାଚ୍ରୁ ୩ ପଏଣ୍ଟ ପାଇଥିବାବେଳେ ସ୍ପେନ୍ ୬ ପଏଣ୍ଟ ସହ ଶୀର୍ଷରେ ରହିଛି।
ୟୁରୋ କପ୍: ଇଟାଲିକୁ ହରାଇ ସ୍ପେନ୍ ଗ୍ରୁପ୍ ବିଜେତା
/sambad/media/post_attachments/wp-content/uploads/2024/06/euro-cup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)