ବକୁ (ଆଜରବୈଜାନ୍): ଆର୍ସେନଲ୍ ଓ ଚେଲ୍ସି ଚଳିତ ବର୍ଷର ୟୁରୋପା ଲିଗ୍ ଟ୍ରଫି ପାଇଁ ଲଢ଼ିବେ। ଏହି ଦୁଇ ଜଣ ନିଜ ନିଜର ସେମିଫାଇନାଲ୍ ମୁକାବିଲା ଜିତିନେଇ ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଛନ୍ତି। ଉଭୟ ଆର୍ସେନଲ୍ ଓ ଚେଲ୍ସି ନିଜ ନିଜ ଗ୍ରୁପ୍ରେ ୧୬ ପଏଣ୍ଟ୍ ଲେଖାଏଁ ଅକ୍ତିଆର କରିଥିଲେ। ଆର୍ସେନାଲ୍ ପ୍ରି-କ୍ବାର୍ଟର ଫାଇନାଲ୍ରେ ଷ୍ଟେଟ୍ ରିନେସ୍କୁ ୪-୩ (ପ୍ରଥମ ଚରଣ ୧-୩) ଏବଂ କ୍ବାର୍ଟର ଫାଇନାଲ୍ରେ ନାପୋଲିକୁ ୩-୦ରେ ପରାସ୍ତ କରିବା ପରେ ସେମିଫାଇନାଲ୍ରେ ଭାଲେନ୍ସିଆକୁ ୭-୩ ଗୋଲ୍ରେ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀଣ୍ଣ ହୋଇଛି। ଅନ୍ୟପକ୍ଷରେ ଚେଲ୍ସି ସେମିଫାଇନାଲ୍ରେ ଫ୍ରାଙ୍କଫର୍ଟକୁ ପରାସ୍ତ କରି ଫାଇନାଲ୍ ପହଞ୍ଚିଛି। ଫଳରେ ୟୁରୋପର ଦୁଇଟି କ୍ଲବ୍ ପ୍ରତିଯୋଗିତାରେ ପ୍ରଥମ ଥର ଲାଗି ଫାଇନାଲ୍ରେ ଉଭୟ ଇଂଲିସ୍ ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହେବା ଦେଖିବାକୁ ମିଳିବ। ଆର୍ସେନଲ୍ ଓ ଚେଲ୍ସି ୟୁରୋପା ଲିଗ୍ ଫାଇନାଲ୍ରେ ଲଢ଼ିବାକୁ ଯାଉଥିଲା ବେଳେ ଚାମ୍ପିଅନ୍ସ ଲିଗ୍ ଫାଇନାଲ୍ରେ ମଧ୍ୟ ଦୁଇ ଇଂଲିସ୍ ଦଳ ଲିଭରପୁଲ୍ ଓ ଟଟେନ୍ହାମ୍ ହଟ୍ସ୍ପର ମୁହାଁମୁହିଁ ହେବେ। ଚାମ୍ପିଅନ୍ସ ଲିଗ୍ ଫାଇନାଲ୍ ଜୁନ୍ ୧ ତାରିଖରେ ସ୍ପେନ୍ ରାଜଧାନୀ ମାଦ୍ରିଦ୍ରେ ଖେଳାଯିବାକୁ ଥିଲା ବେଳେ ୟୁରୋପା ଲିଗ୍ ଫାଇନାଲ୍ ଚଳିତ ମାସ ୨୯ ତାରିଖରେ ଆଜରବୈଜାନ୍ ରାଜଧାନୀ ବକୁରେ ଖେଳାଯିବ।
ୟୁରୋପା ଲିଗ୍: ଫାଇନାଲ୍ରେ ଆର୍ସେନଲ୍-ଚେଲ୍ସି
/sambad/media/post_attachments/wp-content/uploads/2019/05/Untitled-2-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)