ସେଲ୍ଟିକ୍/ ନାପୋଲି : ଚଳିତ ୟୁରୋପା ଲିଗ୍ରେ ଗୁରୁବାର ଏସି ମିଲାନ୍ ବିଜୟ ହାସଲ କରିଥିଲା ବେଳେ ନାପୋଲି କିନ୍ତୁ ପରାଜୟ ବରଣ କରିଛି। ଫଳରେ ଉଭୟ ସେଲ୍ଟିକ୍ ଏବଂ ନାପୋଲି ନିଜ ନିଜ ଘରୋଇ ପରିବେଶରେ ପରାସ୍ତ ହୋଇଛନ୍ତି।
ଗ୍ରୁପ୍-ଏଚ୍'ରେ ମିଲାନ୍ ୩-୧ ଗୋଲ୍ରେ ସେଲ୍ଟିକ୍କୁ ପରାସ୍ତ କରିଦେଇଥିଲା ବେଳେ ଗ୍ରୁପ୍-ଏଫ୍'ର ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ କରୋନା ପଜିଟିଭ୍ ପାଇଁ ୧୩ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଏଜେଡ୍ ଅଲ୍କମାର ୧-୦ ଗୋଲ୍ରେ ନାପୋଲିକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ପ୍ରିମିୟର ଲିଗ୍ କ୍ଲବ୍ ଲିସେଷ୍ଟର ସିଟି ଭଳି ଲଣ୍ଡନ ଦଳ ଟଟେନ୍ହାମ୍ ହଟ୍ସ୍ପର ଏବଂ ଆର୍ସେନଲ ମଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଲିସେଷ୍ଟର ସିଟି ୩-୦ରେ (ଗ୍ରୁପ୍-ଜି) ୟୁକ୍ରେନୀୟ ଦଳ ଏଫ୍କେ ଜୋର୍ୟା ଲୁହାନ୍ସ୍କ ଏବଂ ଟଟେନ୍ହାମ୍ ସମାନ ୩-୦ରେ (ଗ୍ରୁପ୍-ଜେ) ଅଷ୍ଟ୍ରିଆ ଦଳ ଲାସ୍କକୁ ପରାସ୍ତ କରିଛି। ଆର୍ସେନଲ୍ (ଗ୍ରୁପ୍-ବି) ୨-୧ ଗୋଲ୍ରେ ବିଜୟୀ ହୋଇଛି।