ଗୋଡ ଭାଙ୍ଗିଯାଇଥିଲେ ବି ଶାହିନଙ୍କୁ ଦୌଡ଼ିବାର ଥିଲା‌: ଶୋଏବ ଅଖତର

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲରେ ପାକିସ୍ତାନର ପରାଜୟ ପରେ ଏବେ ପାକିସ୍ତାନୀ ଖେଳାଳିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପାକିସ୍ତାନ ବିଶ୍ବକପ ଜିତିବ ବୋଲି ଆଶା କରିଥିବା ପାକିସ୍ତାନବାସୀଙ୍କ ଆଶା ମଉଳି ଯାଇଛି। ପରାଜୟ ପରେ ଖେଳାଳିଙ୍କୁ ସୋସିଆଲ ମିଡିଆରେ କିଛି ଲୋକ ଗାଳି କରୁଥିବା ବେଳେ କ୍ରିକେଟର ଶାହିନ ଆଫ୍ରିଦି ଅଧାରୁ ମ୍ୟାଚ ଛାଡ଼ିଥିବାରୁ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଛି। ଏନେଇ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ‌ଶୋଏବ ଅଖତର।

ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ ଚାଲୁଥିବା ବେଳେ ହଠାତ ପଡ଼ିଆରେ ପଡ଼ିଯାଇଥିଲେ ଶାହିନ। କିଛି ମାସ ତଳେ ଦଳର ପ୍ରମୁଖ ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ଡାହାଣ ଆଣ୍ଠୁରେ ଆଘାତ ଯୋଗୁଁ ତାଙ୍କର ଚିକିତ୍ସା କରାଯାଇଥିଲା। ଏହାକୁ ନଜରରେ ରଖି ତାଙ୍କୁ ବିଶ୍ରାମ ଦେବା ପରିବର୍ତ୍ତେ ତାଙ୍କୁ ବିଶ୍ବକପ ଖେଳିବାକୁ ପଠାଯାଇଥିଲା। ପୂର୍ବରୁ ଆଣ୍ଠୁରେ ଆଘାତ ଲାଗିଥିବା ବେଳେ ଫାଇନାଲ ମ୍ୟାଚରେ ଯନ୍ତ୍ରଣା ବଢ଼ିବାରୁ ଶାହିନଙ୍କୁ ଅଧା ମ୍ୟାଚରୁ ପଡ଼ିଆରୁ ଫେରିବାକୁ ପଡ଼ିଥିଲା। ଏହା ପରଠାରୁ ପାକିସ୍ତାନର ପ୍ରଦର୍ଶନ ଖରାପ ହେବା ଆରମ୍ଭ ହୋଇଥିଲା।

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ଶୋଏବ ଅଖତର କହିଛନ୍ତି, “ଯେତେବେଳେ ତୁମର ମୁଖ୍ୟ ବୋଲର ଫିଟ ନରୁହନ୍ତି, ସେତେବେଳେ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରେ। ବିଶ୍ବକପ ସମୟରେ ଶାହିନ ସମ୍ପୂର୍ଣ୍ଣ ଭାବେ ଫିଟ ନଥିଲେ। ହେଲେ ତାଙ୍କୁ ଦୋଷ ଦେଇ ଲାଭ ନାହିଁ, କାରଣ ସେ ପୂର୍ବ ୨-୩ଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ସେଦିନ ବିଶ୍ୱକପ ଫାଇନାଲ ଥିଲ। ଗୋଡ ଭାଙ୍ଗିଯାଇଥିଲେ ବି ଶାହିନଙ୍କୁ ଦୌଡ଼ିବାର ଥିଲା। ଛାଡ, ଏହା ଆମ ଭାଗ୍ୟରେ ନଥିଲା।

ସମ୍ବନ୍ଧିତ ଖବର