ଧୋନିଙ୍କ ପାଇଁ ସବୁ ପଡ଼ିଆ ଘରଭଳି, ସୁନିଲ ଗାଭାସ୍କର

ଶୁକ୍ରବାରର କ୍ବାଲିଫାୟର୍‌-୨ରେ ଦିଲ୍ଲୀ କ୍ୟାପିଟାଲ୍‌ସ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସ ମୁକାବିଲା ଯୁବ ବନାମ ଅଭିଜ୍ଞତାର ଲଢ଼େଇ ହେବ। ବିଜୟୀ ଦଳ ରବିବାର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଯୁବବାହିନୀ ଦିଲ୍ଲୀର ଯାତ୍ରା ଅନେକଙ୍କୁ ଖୁସି କରି ଦେଇଛି। କିଛି ହୃଦୟସ୍ପର୍ଶୀ ଏବଂ ଆଉ କିଛି ଭୁଲଯିବା ଭଳି ନିରାଶା ବି ଦିଲ୍ଲୀ କ୍ୟାପିଟାଲ୍ସ ଦେଇଛି। ଦଳର ଯୁବ ତାରକାମାନେ ନିର୍ଭୟ ବ୍ୟାଟିଂ କରିଛନ୍ତି। ଏଭଳି କିଛି ସଟ୍ ଖେଳିଛନ୍ତି ଯାହା ଦେଖିବା ଭଳି ଏବଂ ବିଶ୍ବାସ କଲା ଭଳି। ବିନା ଚାପରେ ବି ଦଳ ଭଲ କରିଛି ଏବଂ ଏହି କାରଣରୁ ବି ବେ‌ଳେବେଳେ ଶସ୍ତା ଆଉଟ୍ ହୋଇଛନ୍ତି। ସେହି ଦୃଷ୍ଟିରୁ ଅଭିଜ୍ଞତା ହିଁ ଶିକ୍ଷା ଦେଇଥାଏ। ଦିଲ୍ଲୀ ଦଳ ବହୁ ଜଲଦି ଶିକ୍ଷାଲାଭ କରୁଛି। ହାଇଦ୍ରାବାଦ ବିପକ୍ଷରେ କିମୋ ପଲ୍‌ ଯେଭଳି ଭଲ ପ୍ରଦର୍ଶନ କରି ଦିଲ୍ଲୀକୁ ସେମିଫାଇନାଲ୍ ନେଲେ ଏଥିରୁ ଜଣାପଡ଼ିଛି ଦିଲ୍ଲୀ ପରିସ୍ଥିତି ଅନୁସାରେ ଭଲ କରୁଛି।

ଅନ୍ୟପକ୍ଷରେ ଚେନ୍ନାଇ ସୁପର୍ କିଙ୍ଗସ ନିକଟରେ ଥଣ୍ଡା ମିଜାଜ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ରହିଛନ୍ତି। ପଡ଼ିଆ ଭିତରେ ସେ ପ୍ରଶଂସନୀୟ ପ୍ରଦର୍ଶନ କରିଥାନ୍ତି। ଏପରିକି ‌କ୍ଷେତ୍ରରକ୍ଷଣ କରୁଥିବା ବେଳେ ଖୁବ୍ କ୍ବଚିତ୍ ଉଲ୍ଲାସ ଦେଖାଇଥାନ୍ତି। ଏକମାତ୍ର ବ୍ୟତିକ୍ରମ ହେଉଛି ଯେତେବେଳେ ଇମ୍ରାନ୍ ତାହିର୍‌ ୱିକେଟ୍ ଦଖଲ କରୁଛନ୍ତି। ଡିପ୍ କଭର୍ ପର୍ଯ୍ୟନ୍ତ ଦୁଇ ହାତ ଖୋଲି ସେ ଦୌଡ଼ିବା ଚେନ୍ନାଇ ସୁପର୍ କିଙ୍ଗସ ଉଦ୍ଦିପନାର ଏକ ବ୍ୟତିକ୍ରମ। ଚତୁରତାର ସହିତ ବିବିଧ ଲାଇନ୍‌ରେ ବୋଲିଂ କରିବା ସାଙ୍ଗକୁ ବଡ଼ ସଟ୍ ଖେଳାଳିଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ୍‌ ଦଖଲ କରିବା ତାଙ୍କ ସଫଳତାର ଅନ୍ୟତମ କାରଣ। ସେଥି ପାଇଁ ସେ ଜଣେ ମୂଲ୍ୟବାନ ଖେଳାଳି।

କ୍ରିଜ୍‌ରେ ଥିବା ପର୍ଯ୍ୟନ୍ତ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ପାଇଁ ଜୀବନ ରଖିଥାନ୍ତି। ବିଶେଷ କରି ଶେଷ ଓଭର ଗୁଡ଼ିକରେ। ଏହା ପରେ ସେ ନିଜ ବାହୁ ବୁଲାଇ ରନ୍‌ ସଂଗ୍ରହ କରିଥାନ୍ତି। ସେ ଏକ ରନ୍‌କୁ ଦୁଇ ଏବଂ ଡଟ୍‌କୁ ଏକ ରନ୍‌ରେ ବଦଳାଇ ଦେଇପାରନ୍ତି। କପିଳ ଦେବ ଏବଂ ସଚିନ ତେନ୍ଦୁଲକରଙ୍କ ପରେ ସେ ହେଉଛନ୍ତି ଏକମାତ୍ର ଖେଳାଳି ଯାହାଙ୍କ ପାଇଁ ପ୍ରତି ଷ୍ଟାଡିୟମ୍‌ ଏବେ ଘରୋଇ ପଡ଼ିଆ ଭଳି। ବଲ୍‌କୁ ହିଟ୍ କରିବା ତାଙ୍କୁ ଏବେ ମଧ୍ୟ ପୂର୍ବ ତୁଳନାରେ ଅଧିକ ଆକ୍ରାମକ କରିଛି। ବିଶାଖାପାଟଣା ପଡିଆ ହେଉଛି ଧୋନିଙ୍କ ‌ସେହି ପଡ଼ିଆ ଯେଉଁଠି ଅତୀତରେ ଦିନିକିଆରେ ଧୂଆଁଧାର ଶତକ ହାସଲ କରିଥିଲେ। ସେହି ଦୃଷ୍ଟିରୁ ଏଠାରେ ଆଉ ଏକ ଅଭୁଲା ମାହି ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆଶା।

ସମ୍ବନ୍ଧିତ ଖବର