ପୁତ୍ର ସନ୍ତାନର ବାପା ହେଲେ ଯୁବରାଜ ସିଂହ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଗତ ମଙ୍ଗଳବାର ତାଙ୍କ ପତ୍ନୀ ହେଜେଲ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଯୁବରାଜ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି।

ଯୁବରାଜ ଲେଖିଛନ୍ତି,, ମୋର ସମସ୍ତ ପ୍ରଶଂସକ, ପରିବାରବର୍ଗ ଓ ସାଙ୍ଗସାଥୀଙ୍କୁ ଏହା ଜଣାଇବା ପାଇଁ ଖୁସି ଲାଗୁଛି କି ଆଜି ଭଗବାନଙ୍କ ଆଶୀର୍ବାଦରୁ ସନ୍ତାନ ସୁଖ ପ୍ରାପ୍ତି ହୋଇଛି । ଭଗବାନ ଏପରି ଆଶୀର୍ବାଦ କରିଥିବାରୁ କୋଟି କୋଟି ଧନ୍ୟବାଦ ।

 

ସୂଚନା ଥାଉକି, ୨୦୧୬ ନଭେମ୍ବର ୩୦ ତାରିଖରେ ହେଜଲ ଓ ଯୁବରାଜଙ୍କ ବିବାହ ହୋଇଥିଲା।। ହେଜେଲ ଅନେକଗୁଡିଏ ବିଜ୍ଞାପନ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ସଲମାନ ଖାନଙ୍କ ଫିଲ୍ମ ‘ବର୍ଡିଗାର୍ଡ’ରେ ସେ ଦ୍ବିତୀୟ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଥିଲେ । ହେଜଲ କରିନା କପୁରଙ୍କ ସାଙ୍ଗ ଭୂମିକାରେ ନଜର ଆସିଥିଲେ। ୩୯ବର୍ଷର ଯୁବରାଜ ୨୦୧୯ ଜୁନ ୧୦ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ।

 

ସମ୍ବନ୍ଧିତ ଖବର