ନାଭାଲ ଅଗ୍ନିବୀରଙ୍କ ପାଇଁ ପ୍ରଦର୍ଶନୀ ହକି ମ୍ୟାଚ୍‌

ଭୁବନେଶ୍ବର : ଆଇଏନ୍‌ଏସ୍‌ ଚିଲିକାର ଅଗ୍ନିବୀରଙ୍କ ପାସିଂ ଆଉଟ୍‌ ପରେଡ୍‌ ପୂର୍ବରୁ ସୋମବାର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ପ୍ରଦର୍ଶନୀ ହକି ମ୍ୟାଚ୍‌ର ଆୟୋଜନ କରାଯାଇଥିଲା। ଭାରତୀୟ ନାଭି ହକି ଦଳ ଓ ଓଡ଼ିଶା ହକି ଏକାଦଶ ଏହି ମ୍ୟାଚ୍‌ ଖେଳାଯାଇଥିଲା। ନାଭି ଦଳ ୨-୧ରେ ଏହି ମ୍ୟାଚ୍‌ ଜିତିଛି। ଅଗ୍ନିବୀରମାନଙ୍କର ପାସିଂ ଆଉଟ୍‌ ପରେଡ୍‌ ମଙ୍ଗଳବାର ଆଇଏନ୍‌ଏସ୍‌ ଚିଲିକାରେ ଅନୁଷ୍ଠିତ ହେବ। ଏଥିରେ ଚିଫ୍‌ ଅଫ୍‌ ନାଭାଲ ଷ୍ଟାଫ୍‌ ଆଡମିରାଲ ଆର୍‌ ହରି କୁମାର, ଅଲିମ୍ପିଆନ୍‌ ତଥା ସାଂସଦ ପିଟି ଉଷା ଓ କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅନେକ କ୍ରୀଡ଼ାବିତ୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର