ଶୁକ୍ରବାର ମ୍ୟାଚ୍ରେ ନଖ କାମୁଡା ମୁକାବିଲା ଆଶା କରାଯାଉଥିଲେ ମଧ୍ୟ ଦିଲ୍ଲୀକୁ ଚେନ୍ନାଇ ସହଜରେ ହରାଇ ଦେବା ଅଭିଜ୍ଞତାର ମୂଲ୍ୟକୁ ଦେଖାଇଥିଲା। ଚେନ୍ନାଇର ବୋଲରମାନେ ଯେଭଳି ଭାବେ ଭାରତୀୟ ଯୁବ ତାରକାମାନଙ୍କ ଦମ୍ ହଜାଇ ଦେଇଥିଲେ, ତାହା ପ୍ରଶଂସନୀୟ। ଟାଇଟ୍ ଲାଇନ୍ରେ ବୋଲିଂ କରିବାରୁ ଏହି ଯୁବ ବ୍ୟାଟସମ୍ୟାନ୍ ହାତଖୋଲା ସଟ୍ ଖେଳିପାରିନଥିଲେ। ଶେଷ ଭାଗରେ ଈଶାନ୍ତ ଶର୍ମା ଦୁଇଟି ଚମତ୍କାର ଷ୍ଟ୍ରେଟ୍ ଡ୍ରାଇଭ୍ ଖେଳି ଦଳକୁ କିଛିଟା ଉତ୍ସାହ ପ୍ରଦାନ କରିଥିଲେ। ନିକଟ ଭବିଷ୍ୟତରେ ଦିଲ୍ଲୀ ଦଳ ଦିନେ ଟ୍ରଫି ଜିତିଲେ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ। ଫାଇନାଲ୍ ଦଳ ପ୍ରତିଦ୍ବନ୍ଦ୍ବୀରୁ ଜଣାପଡ଼ିଯାଏ ଯଦି ଗୋଟିଏ ଦଳ ନିଜ ଆଭ୍ୟନ୍ତରୀଣ ଖେଳାଳିଙ୍କ ଉପରେ ଭରସା ରଖିଥିବ ତେବେ ସେମାନେ ଚାପ ପରିସ୍ଥିତିରେ ଭଲ କରି ଦେଖାଇବେ। ଉଭୟ ଦଳର ଖେଳାଳି ତାଲିକା ଉପରେ ନଜର ପକାଇଲେ କେହି ମାମୁଲି ନାହାନ୍ତି। ପ୍ରତି ଖେଳାଳି ବଡ଼ ମଇଦାନରେ ଭଲ ପ୍ରଦର୍ଶନ କରିବାକୁ ଦକ୍ଷ ଏବଂ ପସନ୍ଦ ବି କରିଥାନ୍ତି। ଚଳିତ ଋତୁରେ ମୁମ୍ବାଇ-ଚେନ୍ନାଇ ପରସ୍ପରକୁ ୩ ଥର ଭେଟିଥିଲେ ମଧ୍ୟ ରୋହିତ ଶର୍ମାଙ୍କ ଦଳ ପ୍ରତି ଥର ସହଜରେ ବାଜି ମାରି ନେଇଥିବାରୁ ଫାଇନାଲ୍ ପାଇଁ ଦାବିଦାର ରହିବ। ଦୁଇ ଆଇପିଏଲ୍ ଜିଆଣ୍ଟ୍ ଦଳ ସବୁଠୁ ଅଭିଜ୍ଞ ଏବଂ ଶ୍ରେଷ୍ଠ। ଚେନ୍ନାଇ ୧୦ ଋତୁ ଖେଳି ୮ ଥର ଫାଇନାଲ୍ ଉଠିଥିବା ବେଳେ ମୁମ୍ବାଇ ୧୨ ଥରରୁ ୫ ଥର ଫାଇନାଲ୍ ଆସିଛି। ଉଭୟ ଦଳ କିନ୍ତୁ ସମାନ ୩ ଥର ଲେଖାଏଁ ଟ୍ରଫି ଜିତିଛନ୍ତି। ଉଭୟ ଦଳରେ ମ୍ୟାଚ୍କୁ ମୋଡ଼ି ଦେବା ଭଳି ଖେଳାଳି ରହିଛନ୍ତି। ଏହି ଫାଇନାଲ୍ ଅଭିଜ୍ଞତା ବନାମ ଅଭିଜ୍ଞତା ହେବ ଯାହାକି ଆଇପିଏଲ୍ ଆଭିମୁଖ୍ୟ ‘ସୁଯୋଗକୁ ଭେଟୁଛି ପ୍ରତିଭା’ର ପ୍ରମାଣ ଦେବ। ରବିବାର ରାତିରେ ଯିଏ ସୁଯୋଗକୁ ହାତେଇବ ସିଏ ଟ୍ରଫି ଜିତିନେବ।
ଅଭିଜ୍ଞତା ବନାମ ଅଭିଜ୍ଞତା, ସୁନିଲ ଗାଭାସ୍କର
/sambad/media/post_attachments/wp-content/uploads/2018/12/Sunil-Gavaskar-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)