ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ : ଆଫଗାନିସ୍ତାନ ଆଗରେ ୨୧୧ ରନର ବିଜୟ ଲକ୍ଷ୍ୟ

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଭାରତୀୟ ବ୍ୟାଟ୍ସମ୍ୟାନମାନେ ନିଜର ଫର୍ମ ଫେରିପାଇଛନ୍ତି । ଭାରତ ଆଜି ୨୧୦ରନର ବିଶାଳ ସ୍କୋର କରିବା ସହ ଆଫଗାନିସ୍ତାନ ଆଗରେ ୨୧୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ପ୍ରଥମ ଦୁଇଟି ମ୍ୟାଚ ହାରି ପ୍ରବଳ ସମାଲୋଚନାର ସରବ୍ୟ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନମାନେ ଆଜି ଆଫଗାନିସ୍ତାନ ବୋଲରଙ୍କ ଉପରେ ନିଜର ରାଗ ସୁଝାଇଛନ୍ତି । ଭାରତର ଦୁଇ ଓପନର କେଏଲ ରାହୁଲ ଓ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଦଳ ପାଇଁ ଭଲ ମୂଳଦୂଆ ପକାଇଥିଲେ । ରୋହିତ ୭୪ ଓ ରାହୁଲ ୬୯ ରନ କରିଥିଲେ । ଏମାନଙ୍କ ପରେ ଆସିଥିବା ଋଷଭ ପନ୍ତ ୨୭   ଓ  ହାର୍ଦ୍ଦିକ ପାଣ୍ଡ୍ୟା ୩୫ ରନ କରିଥିଲେ ।

ପୂର୍ବରୁ ଦୁଇଟି ମ୍ୟାଚ ହାରିଥିବା ଭାରତ ପାଇଁ ଏହି ମ୍ୟାଚ ଏକ ସମ୍ମାନର ପ୍ରଶ୍ନ ହୋଇଯାଇଛି । ଦୁଇଟି ମ୍ୟାଚ ହାରି ଭାରତ ପାଇଁ ସେମିଫାଇନାଲ ରାସ୍ତା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି ।

 

ସମ୍ବନ୍ଧିତ ଖବର