ଭୁବନେଶ୍ବର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ତୃତୀୟ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନକୁ ସଫଳତାର ସହ ଶେଷ କରି ଫେରିଛି ଏଭରେଷ୍ଟ ବିଜୟୀ ଗଣେଶ ଜେନାଙ୍କ ନେତୃତ୍ବରେ ଯାଇଥିବା ଯୁବ ଅଭିଯାତ୍ରୀ ଦଳ । ବୁଧବାର ଅପରାହ୍ନରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏହି ଦଳକୁ ସ୍ବାଗତ ସମ୍ବର୍ଧନା ଦେଇଥିଲେ। ଏହି ଅବସରରେ କ୍ରୀଡ଼ା ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଗତ ଗୁରୁବାର ଏହି ଦଳରେ ଥିବା ୧୨ ଜଣ ଯୁବ ପର୍ବତାରୋହୀଙ୍କ ମଧ୍ୟରୁ ୮ ଜଣ ସଫଳତାର ସହ ଉତ୍ତରକାଶୀର ମାଉଣ୍ଟ୍ ରୁଦୁଗୈରା ଶିଖର ଛୁଇଁଥିଲେ। ତୃତୀୟ ଅଭିଯାନର ସଫଳତା ପରେ ଦ୍ବିତୀୟ ସଂସ୍କରଣର ବିଫଳତାକୁ ଦୂର କରିଛି ଗଣେଶଙ୍କ ନେତୃତ୍ବରେ ଯାଇଥିବା ଦଳ। ଆମ ପାଇଁ ଏହି ଅଭିଯାନ ବେଶ୍ ଆହ୍ବାନ ଭରା ଥିଲା। ପ୍ରତିକୂଳ ପରିବେଶ ଏବଂ ୮୦ ଘଣ୍ଟାର ଲଗାତାର ତୁଷାର ପାତ ସ ବର୍ଷା ସତ୍ତ୍ବେ ଆମ ଦଳର ୮ ଜଣ ପିଲା ଶିଖରରେ ପହଞ୍ଚିଥିଲେ। ଅନ୍ୟମାନେ ଦୀର୍ଘ ଅପେକ୍ଷା ପାଇଁ ଶାରୀରିକ ସ୍ତରରେ ଦୁର୍ବଳ ହୋଇଯାଇଥିବାରୁ ୧୮,୦୦୦ ଫୁଟ ଆଗକୁ ବଢ଼ି ପାରି ନଥିଲେ। ଆମେ ୨୬ ତାରିଖ ରାତି ସାଢ଼େ ଦିଟାରେ ଅଭିଯାନ ଆରମ୍ଭ କରିଥିଲୁ। ୨୭ ତାରିଖ ଦିନ ୨ଟା ୫୫ରେ ଶିଖର ଛୁଇଁଥିଲୁ। ଗଣେଶଙ୍କ ସହ ରାଜ୍ୟ ଦଳରେ ଥିବା ପର୍ବତାରୋହୀମାନେ ହେଲେ ଚିନ୍ମୟ ମହାରଣା, ଦେବଦତ୍ତ ସାମନ୍ତରାୟ, ନିରଂଜନ ଦାସ, ଚନ୍ଦନ କୁମାର ପ୍ରଧାନ, ରାହୁଲ ପ୍ରଧାନ, ସାନ୍ତା ସରଣ, ସୋମନାଥ ମୁଣ୍ଡାରି, ସସ୍ମିତା ସାହୁ, ସଂଘମିତ୍ରା ଦଳାଇ, ରୋଜାଲିନ୍ ଗୋଚ୍ଛାୟତ, ସୁଦେଶ୍ନା ସାହୁ।
୮୦ ଘଣ୍ଟାର ବର୍ଷା ପରେ ବି ହାର ମାନି ନଥିଲୁ: ଗଣେଶ
ବିଜୁ ପଟ୍ଟନାୟକ ହିମାଳୟ ଅଭିଯାତ୍ରୀ ଦଳ ସମ୍ବର୍ଧିତ
/sambad/media/post_attachments/wp-content/uploads/2018/10/ganesh-jena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)