ବଡ଼ ତାରକାଙ୍କୁ ପଛରେ ପକାଇଲେ ପ୍ରେସ୍‌କଡ୍‌

ସାଙ୍ଘାଇ: ବ୍ରିଟିସ୍‌ ଧାବକ ରିସି ପ୍ରେସକଡ୍‌ ସାଙ୍ଘାଇରେ ଚାଲିଥିବା ଡାଇମଣ୍ଡ୍‌ ଲିଗ୍‌ରେ ବଡ଼ ତାରକାଙ୍କୁ ପଛରେ ପକାଇ ୧୦୦ ମିଟର ଦୌଡ଼ ଜିତି ନେଇଛନ୍ତି। ଶନିବାର ପୁରୁଷ ୧୦୦ ମିଟର ଦୌଡ଼ରେ ଏହି ୨୨ ବର୍ଷୀୟ ବ୍ରିଟିସ୍‌ ତାରକା ୧୦.୦୪ ସେକେଣ୍ଡ୍‌ ସମୟ ନେଇ ସ୍ୱର୍ଣ୍ଣ ପଦକ କରାୟତ କରିଥିଲେ। ତାଙ୍କ ପଛକୁ ସ୍ଥାନୀୟ ଖେଳାଳି ସୁ ବିଙ୍ଗ୍‌ତିଆନ୍‌ (୧୦.୦୫) ରୌପ୍ୟ ଏବଂ ଚୀନ୍‌ର ଜିଏ ଝେନି (୧୦.୧୭) କାଂସ୍ୟ ଜିତିଥିଲେ। ତେବେ ବିଶ୍ୱ ବିଜେତା ଜଷ୍ଟିନ୍‌ ଗାଟ୍‌ଲିନ୍‌ (୧୦.୨୦) ସପ୍ତମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର