ଫାଫ୍ ଡୁ’ପ୍ଲେସିସ୍ ଆରସିବିର ଅଧିନାୟକ ନିଯୁକ୍ତ

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଫାଫ୍ ଡୁ’ପ୍ଲେସିସଙ୍କୁ ଅଧିନାୟକ ନିଯୁକ୍ତ କରିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) । ଆଇପିଏଲର ଚଳିତ ସିଜିନରୁ ସେ ଅଧିନାୟକ ଭାର ଗ୍ରହଣ କରିବେ । ଗତ ସିଜିନରେ ବିରାଟ କୋହଲି ଦଳର ଅଧିନାୟକ ପଦ ଛାଡ଼ିବା ବିଷୟରେ ଘୋଷଣା କରିଥିଲେ ।

ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ (ସିଏସକେ) ପାଇଁ ଖେଳୁଥିବା ଡୁପ୍ଲେସିସଙ୍କୁ ଚଳିତ ବର୍ଷ ଆରସିବି ୭ କୋଟି ବିନିମୟରେ ଖରିଦ କରିଥିଲା । ୨୦୧୧ରେ ସିଏସକେ ତାଙ୍କୁ ପ୍ରଥମଥର ପାଇଁ ନିଜ ଦଳରେ ସାମିଲ କରିଥିଲେ ବି ୨୦୧୨ରେ ସେ ନିଜର ପ୍ରଥମ ଆଇପିଏଲ ମ୍ୟାଚ ଖେଳିଥିଲେ । ତେବେ ୨୦୧୬ ଓ ୨୦୧୭ରେ ସିଏସକେ  ଦଳକୁ ନିଲମ୍ବିତ କରାଯାଇଥିରୁ ସେ ପୁନେ ଦଳ ପାଇଁ ଖେଳିଥିଲେ । ତେବେ ୨୦୧୮ରେ ସେ ପୁଣି ସିଏସକେକୁ ଫେରିଥିଲେ । ଆଇପିଏଲରେ ସେ ଏପର୍ଯ୍ୟନ୍ତ ୧୦୦ଟି ମ୍ୟାଚ (୯୩ଟି ଇନିଂସ) ଖେଳିଛନ୍ତି ଓ ୩୪.୯ ହାରରେ ମୋଟ ୨୯୩୫ ରନ କରିଛନ୍ତି । ଏହି ୧୦୦ଟି ମ୍ୟାଚରେ ସେ ମୋଟ ୨୨ଟି ଅର୍ଦ୍ଧଶତକ କରିଛନ୍ତି ।

ତେବେ ଆଇପିଏଲରେ ସେ ପ୍ରଥମ ଥର ପାଇଁ କୌଣସି ଦଳର ଅଧିନାୟକ ଭାର ସମ୍ଭାଳିବେ । ତେବେ ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ଟି-୨୦ ଦଳର ଅଧିନାୟକତ୍ବ କରିଥିବାରୁ ଏ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ରହିଛି ।

 

ସମ୍ବନ୍ଧିତ ଖବର