ଧୋନୀଙ୍କ ଅଧିନାୟକତ୍ଵର ପ୍ରଶଂସା କଲେ ଫାଫ୍ ଡୁପ୍ଲେସିସ୍

କହିଲେ ଧୋନୀଙ୍କ ନେତୃତ୍ବରେ ଖେଳିଥିବାରୁ ଭାଗ୍ୟବାନ

ମୁମ୍ଵାଇ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁପ୍ଲେସିସ୍ ୨୦୨୨ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୁରର ଅଧିନାୟକ ଅଛନ୍ତି। ଆରସିବି ଡୁପ୍ଲେସିସଙ୍କୁ ୭ କୋଟି ଟଙ୍କାରେ କିଣିଛି। ଏହା ପୂର୍ବରୁ ସେ ଧୋନୀଙ୍କ ଅଧିନାୟକତ୍ଵରେ ୨୦୧୨ରୁ ଚେନ୍ନାଇ ସୁପର କିଙ୍ଗ୍ସର ଗୁରୁତ୍ଵପୂର୍ଣ୍ଣ ସଦସ୍ୟ ଥିଲେ।

କୋଲକାତା ନାଇଟ୍ ରାଇଡର୍ସ୍ ବିରୋଧରେ ଖେଳାଯିବାକୁ ଥିବା ପ୍ରଥମ ଆଇପିଏଲ୍ ମ୍ୟାଚ୍ ପୂର୍ବରୁ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ରବୀନ୍ଦ୍ର ଜାଡେଜାଙ୍କ ହାତରେ ଦେଇଛନ୍ତି। ବିଶ୍ଵକପ ବିଜେତା ଭାରତୀୟ ଅଧିନାୟକ ଧୋନୀଙ୍କୁ ପ୍ରଶଂସା କରି ଡୁପ୍ଲେସିସ୍ କହିଛନ୍ତି, ମୁଁ ତାଙ୍କୁ ନିକଟରୁ ଦଳର ଅଧିନାୟକ ଦାୟିତ୍ଵ ତୁଲାଇବାର ଦେଖିଛି। ସେ କିପରି କାମ କରୁଥିଲେ ତାହା ବି ହୃଦୟଙ୍ଗମ କରିଛି। ତାଙ୍କ ଅଧିନାୟକତ୍ବକୁ ସେ ପ୍ରଶଂସା କରି କହିଛନ୍ତି ଯେ, ଲମ୍ବା ସମୟ ଧରି ଧୋନୀଙ୍କ ନେତୃତ୍ଵରେ ଖେଳିଥିବାରୁ ମୁଁ ଭାଗ୍ୟବାନ।’

ତାଙ୍କୁ ବିରାଟ କୋହଲି, ଗ୍ଲେନ୍ ମାକ୍ସଓ୍ୱେଲ୍ ଓ ଦିନେଶ କାର୍ତ୍ତିକଙ୍କ ପରି ଖେଳାଳିଙ୍କ ନେତୃତ୍ଵ ସମୂହ ଦ୍ଵାରା ଫାଇଦା ମିଳିବ। ବିରାଟ କୋହଲି ଅନେକ ଦିନ ଧରି ଏହି ଦେଶର ଅଧିନାୟକ ଥିଲେ। ଭାରତୀୟ କ୍ରିକେଟ୍ ଓ ଆରସିବି ପାଇଁ ବହୁତ ଭଲ ଅଧିନାୟକ ଥିଲେ। ତେଣୁ ସେହି ଅଭିଜ୍ଞତା ଓ ଜ୍ଞାନ କାହାଠାରୁ କମ ନୁହଁ ବୋଲି ସେ କହିଛନ୍ତି।

ଗ୍ଲେନ୍ ମାକ୍ସଓ୍ୱେଲ୍ ବହୁତ ଗୁଡିଏ ମ୍ୟାଚରେ ଅଧିନାୟକ ଥିଲେ। ବିଶେଷ କରି ଟି୨୦ ମ୍ୟାଚରେ। ତେଣୁ ତାଙ୍କର ରଣନୀତି ବନେଇବାର ଉପାୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏହା ସହିତ ଦିନେଶ କାର୍ତ୍ତିକଙ୍କ ଅଧିନାୟକତ୍ଵର ଅଭିଜ୍ଞତା ବି ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର