ଏସ୍‌ସିଜି ଷ୍ଟାଣ୍ଡ୍‌ରେ ନକଲି କୋହଲି

ମଙ୍ଗଳବାରର ମ୍ୟାଚ୍ ଅବସରରେ ସିଡ୍‌ନି କ୍ରିକେଟ୍ ପଡ଼ିଆ (ଏସ୍‌ସିଜି)ର ଦର୍ଶକ ଷ୍ଟାଣ୍ଡରେ ନକଲି ‌କୋହଲିଙ୍କୁ ଦେଖି ପ୍ରଶଂସକ ଖୁସି ହୋଇ ଯାଇଥିଲେ। ବଡ଼ ପରଦାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରତିରୂପକୁ ପ୍ରସାରଣକାରୀ ସଂସ୍ଥା ଦେଖାଇବା ପରେ ପ୍ରଶଂସକ ବିଭୋର ହୋଇ ଯାଇଥିଲେ। ଏପରିକି ନିଜେ କୋହଲି କିଛି ସମୟ ନିଜ ଅବିକଳ ନକଲଙ୍କୁ ବେଶ୍ କିଛି ସମୟ ଚାହିଁ ରହିଥିଲେ। ଏହି ଡୁପ୍ଲିକେଟ୍ କୋହଲି ଭାରତୀୟ ଜର୍ସି ପିନ୍ଧି ଦର୍ଶକ ଷ୍ଟାଣ୍ଡରୁ ଟିମ୍ ଇଣ୍ଡିଆକୁ ସମର୍ଥନ ଜଣାଉଥିଲେ। ହେଲେ କୋହଲି ତାଙ୍କ ପ୍ରତିରୂପକୁ ଦେଖି ସେତେଟା ଖୁସୀ ଥିଲା ଭଳି ମନେ ହେଉ ନଥିଲେ। ସେ କେବଳ ଯାହା ବଡ଼ ପରଦାକୁ କିଛି ସମୟ ପାଇଁ ଆଶ୍ଚର୍ଯ୍ୟଚକିତ ହୋଇ ଚାହିଁ ରହିଥିଲେ।

ସମ୍ବନ୍ଧିତ ଖବର