ବୁଲାଓ୍ଵାୟୋ(ଜ଼ିମ୍ବାୱେ): ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ ଫଖର ଜମାନ ଦିନିକିଆ ଅନ୍ତର୍ଜାତୀୟରେ ପାକିସ୍ତାନ ପକ୍ଷରୁ ଦ୍ୱିଶତକ (ଅପରାଜିତ ୨୧୦ ରନ୍, ୧୫୬ ବଲ୍, ୨୪ ଚୌକା, ୫ ଛକା) ହାସଲ କରିଛନ୍ତି। ଏଥି ସହିତ ଜମାନ ଦିନିକିଆରେ ଦ୍ୱି-ଶତକ ହାସଲ କରିବାରେ ବିଶ୍ୱର ୬ଷ୍ଠ ଖେଳାଳି ହୋଇ ପାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
WHAT AN INNINGS!@FakharZamanLive hits the first ODI double century for Pakistan! ??
He passes Saeed Anwar’s previous record for Pakistan of 194!
Take a bow! ? #ZIMvPAK pic.twitter.com/iQNbmAGclU
— ICC (@ICC) July 20, 2018
ପାକିସ୍ତାନ ପାଇଁ ଇତିହାସ ରଚିଥିବା ଫଖର ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି। ଭାରତର ହିଟ୍ ମ୍ୟାନ୍ ରୋହିତ ଶର୍ମା ୩ ଥର ଦ୍ୱି-ଶତକ ହାସଲ କରିଛନ୍ତି। ୧୫୬ ଟି ବଲ ଖେଳି ଦ୍ୱି-ଶତକ ହାସଲ କରିଥିବା ଫଖର ଟିମ୍ ଇଣ୍ଡିଆର ଉପ-ଅଧିନାୟକ ରୋହିତ ଶର୍ମାଙ୍କ ଦ୍ୱି-ଶତକ(୨୬୪ ରନ୍) ରେକର୍ଡ ଭଙ୍ଗ କରିପାରି ନାହାନ୍ତି।
?? @FakharZamanLive‘s last four ODIs:
60
117*
43*
210*— Cricket World Cup (@cricketworldcup) July 20, 2018
କୁଇନସ୍ ସ୍ପୋଟର୍ସ କ୍ଲବ ବୁଲାଓ୍ଵାୟୋରେ ଜ଼ିମ୍ବାୱେ ବିରୋଧରେ ୫ ଦିନିକିଆ ମ୍ୟାଚ ଶୃଙ୍ଖଳାର ୪ର୍ଥ ମୁକାବିଲାରେ ପାକିସ୍ତାନ ଟସ୍ ଜିଣି ପ୍ରଥମେ ବୋଲିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୧/୩୯୯ ରନ୍ ସଂଗ୍ରହ କରିଛି। ଏହି ସ୍କୋର ସହିତ ଜମାନ ଦିନିକିଆରେ ଗୋଟିଏ ଇନିଂସରେ ପାକିସ୍ତାନ ପକ୍ଷରୁ ସର୍ବାଧିକ ରନ ସଂଗ୍ରହକାରୀ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନର ସୟଦ ଅନଓ୍ଵାର ୧୯୯୭ରେ ଭାରତ ବିପକ୍ଷରେ ୧୯୪ ରନ୍ ହାସଲ କରିଥିଲେ। ପାକିସ୍ତାନ ଦିନିକିଆରେ ନିଜର ସର୍ବୋଚ୍ଚ ସ୍କୋର କରିଛି। ଏହା ପୂର୍ବରୁ ୨୦୧୦ ଜୁନ ୨୧ରେ ୭/୩୮୫ ରନ୍ ବାଂଲାଦେଶ ବିପକ୍ଷରେ କରିଥିଲା।
Pakistan’s @FakharZamanLive and @imamulhaq12 have today smashed the record for the highest opening partnership in men’s ODIs! ? #ZIMvPAK #howzstat pic.twitter.com/lQ2txZe5ke
— ICC (@ICC) July 20, 2018
ପାକିସ୍ତାନ ଇନିଂସରେ ପ୍ରଥମ ଓ୍ଵିକେଟ୍ ପାଇଁ ଜମାନ ଓ ଇମାମ-ଉଲ୍-ହକ୍(୧୧୩ ରନ୍, ୧୨୨ ବଲ, ୮ ଚୌକା) ୩୦୯ ରନ୍ ଯୋଡ଼ିଛନ୍ତି, ଯାହାକି ଦିନିକିଆ ଅନ୍ତର୍ଜାତୀୟରେ ବିଶ୍ୱ ରେକର୍ଡ। ଏହା ପୂର୍ବରୁ ଶ୍ରୀଲଙ୍କାର ବ୍ୟାଟସ୍ମ୍ୟାନ ଯୋଡ଼ି ଉପୁଲ ଥରଙ୍ଗା ଓ ସନତ ଜୟସୁରିଆ ୨୦୦୬ ଜୁଲାଇ ୧ରେ ଇଂଲଣ୍ଡ ବିପକ୍ଷରେ ଲିଡସ୍ରେ ୨୮୬ ରନ୍ ଯୋଡ଼ିଥିଲେ।
ଦିନିକିଆରେ ଦ୍ୱି-ଶତକ
୧) ରୋହିତ ଶର୍ମା(ଭାରତ): ୨୬୪ ରନ୍
୨) ମାର୍ଟିନ ଗୁପଟିଲ(ନ୍ୟୁଜିଲାଣ୍ଡ): ଅପରାଜିତ ୨୩୭ ରନ୍
୩) ବୀରେନ୍ଦ୍ର ସେହେଓ୍ଵାଗ(ଭାରତ): ୨୧୯ ରନ୍
୪) କ୍ରିସ ଗେଲ୍(ୱେଷ୍ଟଇଣ୍ଡିଜ୍): ୨୧୫ ରନ୍
୫) ଫଖର ଜମାନ(ପାକିସ୍ତାନ): ଅପରାଜିତ ୨୧୦ ରନ୍
୬) ରୋହିତ ଶର୍ମା(ଭାରତ): ୨୦୯ ରନ୍
୭) ରୋହିତ ଶର୍ମା(ଭାରତ): ୨୦୮ ରନ୍
୮) ସଚିନ୍ ତେନ୍ଦୁଲକର(ଭାରତ): ଅପରାଜିତ ୨୦୦ ରନ୍