ଭୁବନେଶ୍ବର: ପ୍ରସିଦ୍ଧ ଅଭିନେତା ଓ ରାଜନେତା କମଲ ହାସନ କଳିଙ୍ଗ ଷ୍ଟାଡିୟମର ବିଶ୍ବ ସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଭୂୟଶୀ ପ୍ରଶଂସା କରିଛନ୍ତି। ଓଡ଼ିଶା ଗସ୍ତରେ ଥିବା କମଲ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ପରିଦର୍ଶନରେ ଯାଇଥିଲେ। ବେଶ୍ କିଛି ସମୟ ହକି କଂପ୍ଳେକ୍ସରେ କଟାଇଥିଲେ। କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଭାରତୀୟ ହକି ଦଳର ଖେଳାଳିମାନେ ଏହି ଅବସରରେ ତାଙ୍କୁ ଓଡ଼ିଶା ଲେଖାଥିବା ଭାରତୀୟ ହକି ଦଳର ଜର୍ସି ଉପହାର ଦେଇଥିଲେ। ସେହିଭଳି ରାଜ୍ୟର ପ୍ରଥମ ଆଇଏସଏଲ୍ ଦଳ ‘ଓଡ଼ିଶା ଏଫସି’ର ଜର୍ସିକୁ ମଧ୍ୟ ଏହି ଦଳର ଅଧିକାରୀ ଏବଂ ଖେଳାଳି କମଲଙ୍କୁ ପ୍ରଦାନ କରିଥିଲେ। ଉଭୟ ଜର୍ସିକୁ ସେ ଆନନ୍ଦର ସହ ଗ୍ରହଣ କରିଥିଲେ। ଏହି ଅବସରରେ କ୍ରୀଡ଼ା ସଚିବ ବିଶାଲ ଦେବ ମଧ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଓଡ଼ିଶା ଭାରତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ଅଛି।
ପ୍ରସିଦ୍ଧ ଅଭିନେତା ଓ ରାଜନେତା କମଲଙ୍କୁ ‘ଓଡ଼ିଶା ଜର୍ସି’
/sambad/media/post_attachments/wp-content/uploads/2019/11/dgjhdg6j74dg86j4dg56j4dg56jjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)