କୌଣସି କ୍ରୀଡ଼ାରେ ଜଣେ କ୍ରୀଡ଼ାବିତ୍ ଅନ୍ତର୍ଜାତୀୟସ୍ତରରେ ପ୍ରତିନିଧିତ୍ବ କଲେ ଏହା ନିଜ ଦେଶ ତଥା ପରିବାର ପାଇଁ ଅତ୍ୟନ୍ତ ଗର୍ବ, ଗୌରବ ଓ ସମ୍ମାନର ବିଷୟ ହୋଇଥାଏ। ଏପରିପ୍ରେକ୍ଷୀରେ ଯେତେବେଳେ ଗୋଟିଏ ପରିବାରର ପିତା-ପୁତ୍ର-କନ୍ୟା କୌଣସି ନିର୍ଦିଷ୍ଟ କ୍ରୀଡ଼ା ବା ଭିନ୍ନ କ୍ରୀଡ଼ାରେ ଦେଶ ପାଇଁ ଖେଳି ଅନ୍ତର୍ଜାତୀୟସ୍ତରରେ କୃତିତ୍ବ ହାସଲ କରିଥା’ନ୍ତି ସେତେବେଳେ ସେମାନେ ଏକ ସ୍ବତନ୍ତ୍ର ଓ ବିରଳ ପରମ୍ପରା ସୃଷ୍ଟି କରିବାରେ ସଫଳ ହୋଇଥା’ନ୍ତି। ଦେଶର ଏହିପରି ୨୦ ନିଆରା କ୍ରୀଡ଼ାବିତ୍ ପରିବାର ସଂପର୍କରେ ଏହି ଉପସ୍ଥାପନା।
କ୍ରିକେଟ୍
(୧) ପିତା: ଇଫ୍ତିକାର ଅଲ୍ଲୀ ଖାନ୍ (ନବାବ ଅଫ୍ ପଟୌଦି ସିନିୟର)
ଦେଶର କ୍ରିକେଟ୍ ଇତିହାସରେ ଏକମାତ୍ର ଖେଳାଳି ଯିଏକି ଉଭୟ ଇଂଲଣ୍ଡ ଓ ଭାରତ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିଛନ୍ତି। ୧୯୩୨ରେ ଇଂଲଣ୍ଡ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷରେ ୩ ଟେଷ୍ଟ୍ ଏବଂ ୧୯୪୨ରେ ଭାରତ ପକ୍ଷରୁ ଇଂଲଣ୍ଡ ବିପକ୍ଷରେ ୩ ଟେଷ୍ଟ୍ ଖେଳିଛନ୍ତି।
ପୁତ୍ର: ମନ୍ସୁର ଅଲ୍ଲୀ ଖାନ୍ (ନବାବ ଅଫ୍ ପଟୌଦି ଜୁନିୟର)
୧୯୬୧ରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ସମୁଦାୟ ୩୬ ଟେଷ୍ଟ୍ରେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି।
(୨) ପିତା: ଲାଲା ଅମରନାଥ
୧୯୩୩ ମସିହାରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍। ମୋଟ ୨୪ ଟେଷ୍ଟ୍ରେ ଭାରତକୁ ପ୍ରତିନିଧିତ୍ବ।
ପୁତ୍ର (୧): ମହିନ୍ଦର ଅମରନାଥ
ପ୍ରଥମ ଟେଷ୍ଟ୍-୧୯୬୯ ଅଷ୍ଟ୍ରେଲିଆ ବିପକ୍ଷରେ। ମୋଟ ୬୯ ଟେଷ୍ଟ। ପ୍ରଥମ ଦିନିକିଆ-୧୯୭୫ ଇଂଲଣ୍ଡ ବିପକ୍ଷରେ। ମୋଟ ୮୫ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍।
ପୁତ୍ର (୨): ସୁରିନ୍ଦର ଅମରନାଥ
ପ୍ରଥମ ଟେଷ୍ଟ-୧୯୭୬ ନ୍ୟୁଜିଲାଣ୍ଡ୍ ବିପକ୍ଷ। ମୋଟ ୧୦ ଟେଷ୍ଟ୍। ପ୍ରଥମ ଦିନିକିଆ-୧୯୭୮ ପାକିସ୍ତାନ ବିପକ୍ଷ। ମୋଟ ୩ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍।
(୩) ପିତା: ବିଜୟ ମଞ୍ଜରେକର
ପ୍ରଥମ ଟେଷ୍ଟ୍ ୧୯୫୧ ଇଂଲଣ୍ଡ ବିପକ୍ଷରେ। ମୋଟ ୫୫ ଟେଷ୍ଟ୍ରେ ଭାରତକୁ ପ୍ରତିନିଧିତ୍ବ।
ପୁତ୍ର : ସଞ୍ଜୟ ମଞ୍ଜରେକର
ପ୍ରଥମ ଟେଷ୍ଟ୍-୧୯୮୭ ନ୍ୟୁଜିଲାଣ୍ଡ୍ ବିପକ୍ଷରେ। ମୋଟ ୩୭ ଟେଷ୍ଟ୍। ପ୍ରଥମ ଦିନିକିଆ ୧୯୮୮ ନ୍ୟୁଜିଲାଣ୍ଡ ବିପକ୍ଷରେ। ମୋଟ ୭୪ ଦିନିକିଆ।
(୪) ପିତା: ପଙ୍କଜ ରଏ
ପ୍ରଥମ ଟେଷ୍ଟ୍ ୧୯୫୧ ଇଂଲଣ୍ଡ ବିପକ୍ଷରେ। ମୋଟ ୪୩ ଟେଷ୍ଟ୍।
ପୁତ୍ର : ପ୍ରଣବ ରଏ
ପ୍ରଥମ ଟେଷ୍ଟ୍-୧୯୮୧ ଇଂଲଣ୍ଡ୍ ବିପକ୍ଷରେ। ମୋଟ ୨ ଟେଷ୍ଟ୍।
(୫) ପିତା: ହେମନ୍ତ କାନିତ୍କର
ପ୍ରଥମ ଟେଷ୍ଟ୍ ୧୯୭୪ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ। ମୋଟ ୨ ଟେଷ୍ଟ୍।
ପୁତ୍ର : ହୃଷିକେଶ କାନିତ୍କର
ପ୍ରଥମ ଟେଷ୍ଟ୍-୧୯୯୯ ଅଷ୍ଟ୍ରେଲିଆ ବିପକ୍ଷରେ। ମୋଟ ୨ ଟେଷ୍ଟ୍।
(୬) ପିତା: ଭିନୁ ମଙ୍କଡ଼
ପ୍ରଥମ ଟେଷ୍ଟ୍ ୧୯୪୬ ଇଂଲଣ୍ଡ ବିପକ୍ଷରେ। ମୋଟ ୩୬ ଟେଷ୍ଟ୍।
ପୁତ୍ର : ଅଶୋକ ମଙ୍କଡ଼
ପ୍ରଥମ ଟେଷ୍ଟ୍-୧୯୬୯ ନ୍ୟୁଜିଲାଣ୍ଡ୍ ବିପକ୍ଷରେ। ମୋଟ ୨୨ ଟେଷ୍ଟ୍।
ବୋହୁ: ନିରୁପମା ମଙ୍କଡ଼ (ଅଶୋକଙ୍କ ପତ୍ନୀ)
ଏସିଆ ଟେନିସ୍ ଚାମ୍ପିଅନ୍-୧୯୫୬। ୭ ଥର ଜାତୀୟ ଟେନିସ୍ ବିଜୟିନୀ।
ନାତି: ହର୍ଷ ମଙ୍କଡ଼ (ଅଶୋକଙ୍କ ପୁତ୍ର)
ଡେଭିସ୍ କପ୍ରେ ଭାରତରୁ ପ୍ରତିନିଧିତ୍ବ।
(୭) ପିତା: ସୁନିଲ ଗାଭାସ୍କର
ପ୍ରଥମ ଟେଷ୍ଟ୍ ୧୯୭୧ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ। ମୋଟ ୧୨୫ ଟେଷ୍ଟ୍।
ପୁତ୍ର : ରୋହନ ଗାଭାସ୍କର
ପ୍ରଥମ ଦିନିକିଆ ୨୦୦୪ ଅଷ୍ଟ୍ରେଲିଆ ବିପକ୍ଷରେ। ମୋଟ ୧୧ ମ୍ୟାଚ୍।
(୮) ପିତା: ଯୋଗରାଜ ସିଂହ
ପଦାର୍ପଣ ଟେଷ୍ଟ୍ ୧୯୮୧ ନ୍ୟୁଜିଲାଣ୍ଡ୍ ବିପକ୍ଷରେ। ଗୋଟିଏ ଟେଷ୍ଟ୍।
ପୁତ୍ର : ଯୁବରାଜ ସିଂହ
ପଦାର୍ପଣ ଟେଷ୍ଟ ୨୦୦୩ ନ୍ୟୁଜିଲାଣ୍ଡ୍ ବିପକ୍ଷରେ। ମୋଟ ୪୦ ଟେଷ୍ଟ୍। ପ୍ରଥମ ଦିନିକିଆ ୨୦୦୦ କେନିଆ ବିପକ୍ଷରେ। ମୋଟ ୩୦୪ ମ୍ୟାଚ୍। ଟ୍ବେଣ୍ଟି-୨୦ ପଦାର୍ପଣ ୨୦୦୩ ସ୍କଟ୍ଲାଣ୍ଡ୍ ବିପକ୍ଷରେ। ମୋଟ ୫୮ ମ୍ୟାଚ୍।
ହକି
(୯) ପିତା: ସ୍ବର୍ଗତ ମେଜର ଧ୍ୟାନଚାନ୍ଦ
ଅନ୍ତର୍ଜାତୀୟ ପଦାର୍ପଣ ୧୯୨୬ (ନ୍ୟୁଜିଲାଣ୍ଡ ଗସ୍ତ)। ପ୍ରଥମ ଅଲିମ୍ପିକ୍ସ ୧୯୨୮ (ସ୍ବର୍ଣ୍ଣ), ୧୯୩୨ରୁ ୧୯୩୬ (ସ୍ବର୍ଣ୍ଣ)। ଦେଶପାଇଁ ୧୮୫ ମ୍ୟାଚ୍।
ପୁତ୍ର: ଅଶୋକ କୁମାର
ପଦାର୍ପଣ ୧୯୭୦; ୧୯୭୫ ବିଶ୍ବକପ୍ ବିଜେତା ଏବଂ ୧୯୭୨ ଅଲିମ୍ପିକ୍ କାଂସ୍ୟ ପଦକ।
(୧୦) ପିତା: ସ୍ବର୍ଗତ ଲେସ୍ଲି କ୍ଲଡିୟସ୍
ଅନ୍ତର୍ଜାତୀୟ ପଦାର୍ପଣ ୧୯୪୮ ଅଲିମ୍ପିକ୍ (ସ୍ବର୍ଣ୍ଣ ପଦକ), ୧୯୫୨ (ସ୍ବର୍ଣ୍ଣ), ୧୯୫୬ (ସ୍ବର୍ଣ୍ଣ), ୧୯୬୦ (ରୌପ୍ୟ)।
ପୁତ୍ର: ସ୍ବର୍ଗତ ରବର୍ଟ କ୍ଲଡିୟସ୍
୧୯୭୮ ମେକ୍ସିକୋ ବିଶ୍ବକପ୍ରେ ଭାରତକୁ ପ୍ରତିନିଧିତ୍ବ।
(୧୧) ପିତା: ଭେସ୍ ପେସ୍
୧୯୭୨ ମ୍ୟୁନିକ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା।
ପୁତ୍ର: ଲିଆଣ୍ଡର ପେସ୍
୧୯୯୬ ଅଲିମ୍ପିକ୍ସରେ ଟେନିସ୍ ଏକକ କାଂସ୍ୟ ପଦକ। ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ; ଭାରତର ଡେଭିସ୍ କପ୍ ଅଧିନାୟକ।
ମାତା: ଜେନିଫର ପେସ୍ (ଭେସ୍ଙ୍କ ପତ୍ନୀ) ଭାରତୀୟ ମହିଳା ବାସ୍କେଟ୍ବଲ ଦଳ ଅଧିନାୟିକା ଓ ଅଲିମ୍ପିଆନ୍।
ଟେନିସ୍
(୧୨) ପିତା: ରାମନାଥନ୍ କୃଷ୍ଣନ୍
ଡେଭିସ୍ କପ୍ରେ ଭାରତକୁ ପ୍ରତିନିଧିତ୍ବ (୧୯୫୬)। ୱିମ୍ବିଲଡନ୍ ଓ ୟୁଏସ୍ ଓପନ୍ ସେମିଫାଇନାଲିଷ୍ଟ।
ପୁତ୍ର: ରମେଶ କୃଷ୍ଣନ୍
ଡେଭିସ୍ କପ୍ (୧୯୮୭)। ୱିମ୍ବିଲଡନ୍ ଓ ୟୁଏସ୍ ଓପନ୍ କ୍ବାର୍ଟର ଫାଇନାଲିଷ୍ଟ।
(୧୩) ପିତା: ବିଜୟ ଅମୃତରାଜ
ଡେଭିସ୍ କପ୍ (୧୯୭୪, ୮୭)। ୱିମ୍ବିଲଡନ୍ ସେମିଫାଇନାଲ୍ ଓ ୟୁଏସ୍ ଓପନ୍ କ୍ବାର୍ଟର ଫାଇନାଲିଷ୍ଟ।
ପୁତ୍ର: ପ୍ରକାଶ ଅମୃତରାଜ ୨୦୦୩ ଆଫ୍ରୋ-ଏସୀୟ କ୍ରୀଡ଼ା (ସ୍ବର୍ଣ୍ଣ ପଦକ)।
ଭାଇ: ଆନନ୍ଦ ଅମୃତରାଜ (ବିଜୟଙ୍କ ସାନ ଭାଇ) ଡେଭିସ୍ କପ୍ (୧୯୭୪)।
ଆଥ୍ଲେଟିକ୍ସ (ଟ୍ରାକ୍ ଆଣ୍ଡ୍ ଫିଲ୍ଡ)
(୧୪) ପିତା: ମିଲ୍ଖା ସିଂହ
ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ (୧୯୫୮, ୬୨)। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ (୧୯୫୮)। ଚତୁର୍ଥ ସ୍ଥାନ (୧୯୬୦ ଅଲିମ୍ପିକ୍ସ, ୪୦୦ ମିଟର ଦୌଡ଼)।
ପୁତ୍ର: ଜୀଭ୍ ମିଲଖା ସିଂହ
ପେସାଦାର ଗଲ୍ଫ ଖେଳାଳି। ୨୦ ପ୍ରୋ-ଟ୍ରଫି ବିଜେତା।
ପତ୍ନୀ: ନିର୍ମଲ କୌର (ମିଲ୍ଖାଙ୍କ ପତ୍ନୀ)
ଭାରତୀୟ ମହିଳା ଭଲିବଲ୍ ଦଳର ଅଧିନାୟିକା (୧୯୫୫)।
(୧୫) ପିତା: ଏମ୍ ମୁରଲୀ
ଟ୍ରିପଲ୍ଜମ୍ପର (ସାଫ୍ କ୍ରୀଡ଼ା ରୌପ୍ୟ ପଦକ ବିଜେତା)।
ପୁତ୍ର: ଏମ୍ ଶ୍ରୀଶଙ୍କର
ଲଙ୍ଗ୍ଜମ୍ପ୍ରେ ଜାତୀୟ କୀର୍ତ୍ତିମାନ (୮.୨୦ ମିଟର)। ଜାକର୍ତା ଏସୀୟ କ୍ରୀଡ଼ା (୨୦୧୮ରେ ଭାରତକୁ ପ୍ରତିନିଧିତ୍ବ)।
ଫୁଟ୍ବଲ
(୧୬) ପିତା: ଜର୍ଣ୍ଣେଲ ସିଂହ
ଭାରତୀୟ ଦଳର ଅଧିନାୟକ ଏବଂ ୧୯୬୦ ରୋମ୍ ଅଲିମ୍ପିକ୍ରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ।
ପୁତ୍ର: ଜଗମୋହନ ସିଂହ
୧୯୮୯ ସାଫ୍ କ୍ରୀଡ଼ା (ଲାହୋର)ରେ ଭାରତୀୟ ଦଳକୁ ପ୍ରତିନିଧିତ୍ବ।
(୧୭) ପିତା: ଦେବେନ୍ଦ୍ର ପ୍ରସାଦ ସିଂହ (ଦେବ ସିଂ)
ପୂର୍ବତନ ରାଜ୍ୟ (ଓଡ଼ିଶା) ଦଳର ଅଧିନାୟକ। ବର୍ମା (ମିଆଁମାର) ବିପକ୍ଷ ଆମନ୍ତ୍ରଣୀୟ ମ୍ୟାଚ୍ରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ।
ପୁତ୍ର: ରାଜେନ୍ଦ୍ର ପ୍ରସାଦ ସିଂହ
ଭାରତ ପାଇଁ ପଦାର୍ପଣ ମ୍ୟାଚ୍-୨୦୦୦ ମସିହା (ଇଣ୍ଡିପେଣ୍ଡେନ୍ସ କପ୍)। ୨୦୦୧ ପ୍ରାକ୍ ବିଶ୍ବକପ୍ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ। ୨୦୦୨ ମେରଡକା କପ୍ ଉପବିଜେତା।
(ବିଶିଷ୍ଟ ଦ୍ରଷ୍ଟବ୍ୟ: ଦେବ ସିଂହ ଭାରତ ପାଇଁ କୌଣସି ମାନ୍ୟତାପ୍ରାପ୍ତ ଆନ୍ତର୍ଜାତିକ ଟୁର୍ନାମେଣ୍ଟ ଖେଳିନଥିଲେ ମଧ୍ୟ ରାଜ୍ୟର ଏହି ବିରଳ ଫୁଟ୍ବଲ ପରିବାରକୁ ଏହି ତାଲିକାରେ ବିଶେଷ ଭାବେ ଅନ୍ତର୍ଭୁକ୍ତ କରାଯାଇଛି)
ବାସ୍କେଟ୍ବଲ
(୧୮) ପିତା: ଖୁସିରାମ
୧୯୬୫ ଏସୀୟ ବାସ୍କେଟ୍ବଲ ଚାମ୍ପିଅନ୍ସିପ୍ (କ୍ବାଲାଲୁମ୍ପୁର)ରେ ଭାରତୀୟ ଦଳର ଅଧିନାୟକ। ଏସିଆର ସବୁଠୁ ମୂଲ୍ୟବାନ ଖେଳାଳି (ଏମ୍ଭିପି) ଭାବେ ପୁରସ୍କୃତ। ଅର୍ଜୁନ ପୁରସ୍କାର ବିଜେତା।
ପୁତ୍ର: ରାମ କୁମାର
୧୯୮୫ରୁ ୧୯୯୬ ପର୍ଯ୍ୟନ୍ତ ଭାରତକୁ ପ୍ରତିନିଧିତ୍ବ। ଅର୍ଜୁନ ପୁରସ୍କାର ବିଜେତା।
ଭଲିବଲ ଓ ବ୍ୟାଡ୍ମିଣ୍ଟନ
(୧୯) ପିତା: ପିଭି ରମନ୍ନା
୧୯୮୪ରେ ଭାରତକୁ ପ୍ରତିନିଧିତ୍ବ। ୧୯୮୬ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ବିଜେତା। ଅର୍ଜୁନ ପୁରସ୍କାର ବିଜେତା।
କନ୍ୟା: ପିଭି ସିନ୍ଧୁ
୨୦୧୯ ବିଶ୍ବ ବ୍ୟାଡ୍ମିଣ୍ଟନ ବିଜୟିନୀ।
ବିଲିୟାର୍ଡସ୍ ଓ ସ୍ନୁକର
(୨୦) ପିତା: ମନୋଜ କୋଠାରୀ
ବିଶ୍ବ ବିଲିୟାର୍ଡସ ବିଜେତା (୧୯୯୦)।
ପତ୍ନୀ: ନୀତା (ବିଶ୍ବ ପ୍ରତିଯୋଗିତା କାଂସ୍ୟ)
ପୁତ୍ର: ସୌରଭ କୋଠାରୀ
ବିଶ୍ବ ବିଲିୟାର୍ଡସ ବିଜେତା (୨୦୧୮)।
ପ୍ରସ୍ତୁତି: ଅଶୋକ କୁମାର ମହାନ୍ତି
ଅବସରପ୍ରାପ୍ତ କ୍ରୀଡ଼ା ପ୍ରଶାସକ
୩, ଗୌତମ ନଗର, ଭୁବନେଶ୍ବର