୪୦ଦିନ ଅଖିଆ ରହି ଓଜନ ହ୍ରାସ କଲେ ଖେଳାଳି

ନୂଆଦିଲ୍ଲୀ: ଜଣେ ଷ୍ଟାର ଫୁଟବଳ ଖେଳାଳି ୪୦ଦିନ ହେବ ନଖାଇ ରହିଥିବା ଘଟଣା ସାମ୍ନାକୁ ଆସିଛି।

ତେବେ ଏହି ଖେଳାଳିଙ୍କ ଶରୀର ଓଜନ ୧୪୦କିଲୋଗ୍ରାମରୁ ଅଧିକ ଥିଲା। ସେ ୪୦ଦିନ ମଧ୍ୟରେ ତାଙ୍କ ଶରୀରର ଓଜନ ୪୫କିଲୋ ହ୍ରାସ କରିବାରେ ସଫଳ ହୋଇଛନ୍ତି। ଏହି ଘଟଣାକୁ ନିଜେ ଫୁଟବଲ ଖେଳାଳି ସମସ୍ତଙ୍କ ସହିତ ସେୟାର କରିଛନ୍ତି।

ଆମେରିକାରେ ବସବାସ କରୁଥିବା ରସେଲ ଓଙ୍କୁଗ କହିଛନ୍ତି, ମୁଁ ମୋର ଓଜନ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ଏଥିପାଇଁ ମୋର ଓଜନ ହ୍ରାସ କରିବାକୁ ସ୍ଥିର କରିଥିଲି। ଏଥିପାଇଁ ମୁଁ ୪୦ଦିନ ହେବ ନଖାଇ ରହିଥିଲା। ଏହି ୪୦ଦିନ ଭିତରେ ମୁଁ କେବଳ ପାଣି ପିଇକି ବଞ୍ଚିଥିଲି। କୌଣସି ଖାଦ୍ୟକୁ ଗ୍ରହଣ କରୁ ନଥଲି। ତେବେ ଏତେଦିନ ଧରି ଖାଦ୍ୟ ଗ୍ରହଣ ନକରି କେବଳ ପାଣି ପିଇକି ରହିବା ଜୀବନ ପ୍ରତି ବିପଦ ରହିଥାଏ ବୋଲି ଡାକ୍ତରମାନେ ସୂଚନା ଦେଇଥାଆନ୍ତି।

ଏହା ସତ୍ତ୍ବେ ବି ମୁଁ ଏହି ଚ୍ୟାଲେଞ୍ଜକୁ ଆପଣାଇଥିଲି। ଶରୀର ୧୪୯କିଲୋରୁ ୪୫ କିଲୋ ଓଜନ ହ୍ରାସ କରିପାରିଥିଲି। ଏହା ମୋର ଓଜନ ହ୍ରାସ କରିବାର ବାସ୍ତବ କାହାଣୀ। ତେବେ ଏଭଳି ସମୟରେ ମନକୁ ଶାନ୍ତି ମିଳିଛି ବୋଲି ମୁଁ ଅନୁଭବ କରିଛି। କାରଣ ଅନ୍ୟ ଦିନମାନଙ୍କ ଅପେକ୍ଷା ଏହି ଓଜନ ହ୍ରାସ ସମୟରେ ଏକ ସନ୍ତୋଷ ମିଳିଛି, ମୁଁ ବହୁତ ରାଗେ, କିନ୍ତୁ ଏବେ ଆପଣାଛ‌ାଏଁ ତାହା କମି ଯାଇଛି।’

ସୋସିଆଲ ମିଡିଆରେ ଖେଳାଳି ଓଜନ ହ୍ରାସ କରିବା ପରେ ଫଟୋ ପୋଷ୍ଟ କରିଥିଲେ। ଏହା ପରେ ତାଙ୍କର ପୂର୍ବ ଓ ପରର ଫଟୋ ଭାଇରାଲ ହେବାରେ ଲାଗିଛି।

 

ସମ୍ବନ୍ଧିତ ଖବର