ପଡ଼ିଆରେ ପଶି ରୋହିତ ଶର୍ମାଙ୍କ ପାଦ ଛୁଇଁ ପକାଇଲେ ପ୍ରଶଂସକ

ପୁଣେ: ପୁଣେ ଟେଷ୍ଟରେ ଦେଖିବାକୁ ମିଳିଥିଲା ଏପରି କିଛି ଦୃଶ୍ୟ। ପଡ଼ିଆରେ ଖେଳ ଚାଲିଥିବା ବେଳେ ପ୍ରଶଂସକ ପଶି ଆସିଥିଲେ ପଡ଼ିଆ ଭିତରକୁ। ଦେହରେ ପିନ୍ଧିଥିଲେ ଟିମ ଇଣ୍ଡିଆର ଜର୍ସି। ସିଧା ପହଁଚିଥିଲେ ରୋହିତ ଶର୍ମାଙ୍କ ପାଖରେ। ହଠାତ ଏପରି ଘଟଣା ଦେଖି ହଡବଡେଇ ଯାଇଥିଲେ ରୋହିତ ଶର୍ମା। ପ୍ରଶଂସକ ଜଣକ ରୋହିତ ଶର୍ମାଙ୍କୁ ପାଦ ଛୁଇଁବାକୁ ଉଦ୍ୟମ କରିବା ମାତ୍ରେ ରୋହିତ ଶର୍ମା ତାଙ୍କୁ ଦୂରେଇବା ପାଇଁ ଉଦ୍ୟମ କରିଥିଲେ।

ତେବେ କିଛି ମିନିଟ୍‌ ଧରି ଚାଲିଥିଲା ଏହି ଘଟଣା। ଏହାରି ଭିତରେ ରୋହିତ ଶର୍ମା ପଡ଼ିଆରେ ଖସି ପଡ଼ିଥିଲେ। ପାଖରେ ଥିଲେ କ୍ୟାପଟେନ୍‌ କୋହଲି। ତୁରନ୍ତ ସୁରକ୍ଷାକର୍ମୀ ପହଁଚି ଫ୍ୟାନ ଜଣଙ୍କୁ ଧରି ନେଇ ପଡ଼ିଆ ବାହାରକୁ ଯାଇଥିଲେ। ଏପରି ଘଟଣାକୁ ପୂର୍ବତନ କ୍ରିକେଟର ନାପସନ୍ଦ କରିଛନ୍ତି। ଗାଭାସ୍କର ସିଧାସଳଖ ପ୍ରଶ୍ନ କରିଛନ୍ତି, ଖେଳ ପଡିଆ ଚାରିପାଖେ ମୁତୟନ ଥିବା ସୁରକ୍ଷାକର୍ମୀ କରୁଥିଲେ କଣ। ସେମାନେ ସେଠାରେ ମ୍ୟାଚ ଦେଖିବାକୁ ନୁହଁ ବରଂ ମ୍ୟାଚକୁ ସୁରକ୍ଷା ଦେବାକୁ ରହିଛନ୍ତି। ଖେଳ ପଡ଼ିଆରେ ଏପରି ଘଟଣା ଘଟିଲେ ଜଣେ ଖେଳାଳି ପଡିଆରେ ଏକାଗ୍ରତାର ସହ ନିଜ ପ୍ରଦର୍ଶନ ଦେବାରେ ବାଧା ସୃଷ୍ଟି ହେବ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର।

ସମ୍ବନ୍ଧିତ ଖବର