କେତୋଟି ପୁରୁଣା ମୋବାଇଲ ଫୋନ୍‌କୁ ଏକାଠି କରି ପ୍ରଶଂସକ ତିଆରି କଲେ କୋହଲିଙ୍କ ଏହି ସୁନ୍ଦର ଚିତ୍ର; ଖୁସି ହେଲେ କ୍ରିକେଟର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିରାଟଙ୍କ ପ୍ରଶଂସକମାନେ ବିରାଟଙ୍କ ପ୍ରତି ସେମାନଙ୍କ ଭଲ ପାଇବା କେତେ ଅଛି ତାହାକୁ ଦେଖାଇବା ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାର ଉପାୟମାନ ଆପଣାଇ ଥାଆନ୍ତି।

କେହିକେହି ପୂରା ଶରୀରରେ ବିରାଟ କୋହଲିଙ୍କ ଟାଟୁ ଆଙ୍କି ଥିବା ବେଳେ କେହି କେହି ବିରାଟଙ୍କ ଭଲି କେଶ ଓ ନିଶକୁ କାଟି ଥାଆନ୍ତି। ଆଉ କେତେ ଜଣ ବିରାଟଙ୍କ ସୁନ୍ଦର ପୋଷ୍ଟର ବି ଆଙ୍କି ଥାଆନ୍ତି। ଏହି କ୍ରମେରେ ତାଙ୍କ ଜଣେ ପ୍ରଶଂସକ କୋହଲିଙ୍କ ଏମିତି ଏକ ଚିତ୍ର ଆଙ୍କିଛନ୍ତି ଯାହା ସମସ୍ତଙ୍କ ପସନ୍ଦକୁ ଆସିଛି। ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Image result for fan-made-unique-portrait-team-india-captain
Latestly

ଶ୍ରୀଲଙ୍କା ସହିତ ହେବାକୁ ଥିବା ଟି୨୦ ସିରିଜ ପୂର୍ବରୁ ଜଣେ ପ୍ରଶଂସକ ଏମିତି କିଛି କରି ଦେଖାଇ ଥିଲେ ଯାହାକୁ ଦେଖି ବିରାଟ କୋହଲି ଖୁସି ହୋଇଯାଇଥିଲେ। ବିସିସିଆଇର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏହି ସୁନ୍ଦର ଆର୍ଟର ଭିଡିଓକୁ ସେୟାର କରାଯାଇଛି।

 

ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ରାହୁଲ ପାରିକ ନାମକ ବିରାଟ କୋହଲିଙ୍କ ଜଣେ ପ୍ରଶଂସକ ଗୋହ୍ଵାଟୀରେ ବସବାସ କରନ୍ତି । ସେ କୋହଲିଙ୍କ ଏକ ପୋଟ୍ରେଟ ତିଆରି କରିଛନ୍ତି। ଏହି ସ୍ୱତନ୍ତ୍ର ପୋଟ୍ରେଟର ଆର୍ଟ ଓ୍ଵାର୍କ ପୁରୁଣା ମୋବାଇଲ ଫୋନ୍‌କୁ ଏକାଠି କରି ତିଆରି କରାଯାଇଛି।

Related image
ESPN.com

ରାହୁଲଙ୍କ କହିବାନୁସାରେ, କେତେଗୁଡ଼ିଏ ପୁରୁଣା ମୋବାଇଲ ଫୋନ୍‌ ଓ ପିନ୍‌ ସାହାଯ୍ୟରେ ସେ ବିରାଟ କୋହଲିଙ୍କ ଏହି ପୋଟ୍ରେଟକୁ ତିଆରି କରିଛନ୍ତି। ଏହାକୁ ତିଆରି କରିବାକୁ ତାଙ୍କୁ ୬ଦିନର ସମୟ ଲାଗିଥିଲା। ଏହି ପୋଟ୍ରେଟକୁ ଦେଖି ବିରାଟ ବି ବହୁତ ଖୁସି ହୋଇଯାଇଥିଲେ ଓ ସେଥିରେ ନିଜର ହସ୍ତଖତ ବି ଦେଇଥିଲେ।

ସମ୍ବନ୍ଧିତ ଖବର