୮୭ ବର୍ଷେ ଚାରୁଲତା ପଟେଲ୍ ନାମ୍ନୀ ଏହି କ୍ରିକେଟ୍ ପ୍ରଶଂସିକା ମଙ୍ଗଳବାର ଭାରତ- ବାଂଲାଦେଶ ମ୍ୟାଚ୍ ବେଳେ ରହିଥିଲେ ଚର୍ଚ୍ଚାରେ। ଶତକ ହାସଲକାରୀ ରୋହିତ ଶର୍ମାଙ୍କୁ ଭେଟି ଆଲିଙ୍ଗନ କରିଥିଲେ। ବିରାଟ କୋହଲି ଆସି ତାଙ୍କ ଆଶୀର୍ବାଦ ନେଇଥିଲେ। ଟିଭି ଚାନେଲ ଗୁଡିକର ଆକର୍ଷଣରେ ବି ରହିଥିଲେ। ହୁଇଲ୍ ଚେୟାରରେ ବସି ମ୍ୟାଚ୍ ଦେଖିବା ଓ ଭୁଭୁଜେଲା ଫୁଙ୍କିବା ଦୃଶ୍ୟ ବି ତାଙ୍କ ଉତ୍ସାହର ପ୍ରମାଣ ଥିଲା। ଇଣ୍ଟରନେଟ୍ରେ ବି ଏହା ଭାଇରାଲ୍ ହୋଇଯାଇଥିଲା। ମ୍ୟାନ୍ ଅଫ୍ ଦି ମ୍ୟାଚ୍ (ରୋହିତ) ଓ ଫ୍ୟାନ୍ ଅଫ୍ ଦି ମ୍ୟାଚ୍ (ଚାରୁଲତା) ମିଳନ ବି ସମସ୍ତଙ୍କ ମନ ଜିତିନେଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp