ରାଞ୍ଚି: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ପରଠାରୁ ବିରତିରେ ନେଇଛନ୍ତି। ଧୋନୀଙ୍କୁ ନେଇ ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏହି କ୍ରମରେ ନିକଟରେ ଧୋନୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି।

Advertisment

ଏହି ଭାଇରାଲ ଭିଡିଓରେ ଧୋନୀ ଏକ ସ୍ଥାନରେ ବସିଥିବାର ନଜର ଆସୁଛନ୍ତି। ଏହି ସମୟରେ ତାଙ୍କ ପାଖରେ ଜଣେ ମହିଳା ପ୍ରଶଂସକ ଛିଡା ହୋଇଛନ୍ତି। ଏହି ମହିଳା ପ୍ରଶଂସକ ଜଣକ ଧୋନୀଙ୍କ ପାଦକୁ ସ୍ପର୍ଶ କରୁଛନ୍ତି। ଏହା ଦେଖି ଧୋନୀ ଚମକି ପଡ଼ି ମହିଳା ପ୍ରଶଂସକଙ୍କୁ ଉଠାଇ ତାଙ୍କ ସହ ହାତ ମିଳାଉଛନ୍ତି।

ଭିଡିଓରେ ଧୋନୀଙ୍କ ଏଭଳି ସ୍ବଭାବ ଦେଖି ପ୍ରଶଂସକ ଖୁସି ହୋଇ ବେଶ୍‌ ପ୍ରଶଂସା କରିଛନ୍ତି। ଆଉ କହିଛନ୍ତି, ‘ ଧୋନୀ ତୁମେ ପୁଣି ଆମ ହୃତୟ ଜିତିଗଲ।’

ନିକଟରେ ବି ଧୋନୀଙ୍କୁ ନେଇ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା, ଧୋନୀ ତାଙ୍କ ସ୍ତ୍ରୀଙ୍କ ସହିତ ବସି ବିମାନରେ ଯାତ୍ରା କରୁଛନ୍ତି। ଏହି ସମୟରେ ଧୋନୀଙ୍କ ଜଣେ ଫ୍ୟାନ ଆସି ପହଞ୍ଚି ଯାଉଛନ୍ତି। ଏହି ଫ୍ୟାନ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଧୋନୀ ଯେଉଁ ବିମାନରେ ଯାତ୍ରା କରୁଥିଲେ ତାହାର ଏୟାରହଷ୍ଟେସ । ଏହି ଏୟାରହଷ୍ଟେସ ଜଣକ ଚକଲେଟ ଭର୍ତ୍ତି ଥିବା ଏକ ଟ୍ରେ ଆଣି ଧୋନୀଙ୍କ ଆଡକୁ ବଢ଼ାଇ ଦେଉଛନ୍ତି।

ଟ୍ରେରେ ଚକଲେଟ ଦେଖି ଧୋନୀ ଖୁସି ହୋଇଯାଉଛନ୍ତି। ସେହି ଟ୍ରେରୁ ଧୋନୀ ଗୋଟିଏ ଚକଲେଟ ଉଠାଇବା ସହିତ  ଏୟାରହଷ୍ଟେସଙ୍କୁ ଦେଖି ହସିଦେଉଛନ୍ତି ।’ ଧୋନୀଙ୍କ ଏଭଳି ସୁନ୍ଦର ସ୍ବଭାବ ପାଇଁ ଦିନଦିନ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।