ଧୋନୀଙ୍କୁ ପଡିଆରେ ପଶି ସାଷ୍ଟାଙ୍ଗ ପ୍ରଣାମ କଲେ ପ୍ରଶଂସକ

ଚେନ୍ନାଇ: ଦୀର୍ଘ ସମୟ ଧରି ପଡିଆରୁ ଦୂରେଇ ରହିଥିଲେ ମଧ୍ୟ କମିନାହିଁ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ । ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଅଭ୍ୟାସ ପାଇଁ ପଡିଆକୁ ଓହ୍ଳାଇଛନ୍ତି ଧୋନୀ । ସାରା ବିଶ୍ୱରେ ଧୋନୀଙ୍କ ଫ୍ୟାନ ଥିବା ବେଳେ ସେ ଚେନ୍ନାଇ ସୁପର କିଙ୍ଗସର କ୍ୟାପେଟନ ଥିବା ଯୋଗୁଁ ବିଶେଷ ଭାବରେ ଚେନ୍ନାଇରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଢେର ଅଧିକ ।

newindianexpress.com/

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଧୋନୀ ଆଇପିଏଲ ପାଇଁ ଅଭ୍ୟାସ କରୁଥିବା ବେଳେ ଜଣେ ପ୍ରଶଂସକ ସୁରକ୍ଷା ବ୍ୟବସ୍ଥାକୁ ମାତ୍ ଦେଇ ତାଙ୍କ ନିଟକରେ ପହଂଚି ଯାଇଥିଲେ । କେବଳ ଏତିକି ନୁହେଁ ସେ ଧୋନୀଙ୍କ ପାଦ ତଳେ ପଡିଯାଇ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ ଜଣାଇଥିଲେ । ତେବେ ଷ୍ଟାଡିୟମରେ ଉପସ୍ଥିତ ସୁରକ୍ଷା କର୍ମୀ ତାଙ୍କୁ ଧରିବା ପୂର୍ବରୁ ସେ ଧୋନୀଙ୍କ ପାଦ ତଳେ ପଡିଯାଇଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଏହାପରେ ଗ୍ରାଉଣ୍ଡ ଷ୍ଟାଫ ଓ ସୁରକ୍ଷାକର୍ମୀମାନେ ପ୍ରଶଂସକଙ୍କୁ ପଡିଆ ବାହାରକୁ ନେଇଯାଇଥିଲେ । ସିଏସକେ ଟିମ୍ ଏବେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ବେଳେ ଧୋନୀଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଜମୁଛି । ୨୦୧୯ ବିଶ୍ୱ କପ ପରଠାରୁ କୌଣସି ମ୍ୟାଚ ଖେଳିନାହାନ୍ତି ମହେନ୍ଦ୍ର ସିଂହ ଧୋନୀ ।

ସମ୍ବନ୍ଧିତ ଖବର