ଧୋନି ପତ୍ନୀଙ୍କ ସହିତ ଖୁସିରେ ସେଲଫି ନେବାକୁ ପହଞ୍ଚିଥିଲେ, କିନ୍ତୁ ଫ୍ୟାନ୍‌ଙ୍କୁ ମିିଳିଥିଲା ଧକ୍କା

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ ମଙ୍ଗଳବାର ଓ୍ଵାଙ୍ଖଡେ ଷ୍ଟାଡିୟମରେ ପ୍ରଥମ କ୍ୱାଇଲିଫାୟରରେ ରୋମାଞ୍ଚକ ପ୍ରଦର୍ଶନ କରି ସନରାଇଜର୍ସ ହାଇଦ୍ରାବାଦକୁ ଦୁଇ ଉଇକେଟରେ ହରାଇ ଇଣ୍ଡିୟାନ ପ୍ରିମିୟର ଲିଗ (ଆଇପିଏଲ)ର ଫାଇନାଲରେ ସ୍ଥାନ ପାଇଛି। ତେବେ ଏହି ମ୍ୟାଚକୁ ଦେଖିବା ପାଇଁ ଚେନ୍ନାଇ ସୁପର କିଙ୍ଗର କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନିଙ୍କ ପତ୍ନୀ ସାକ୍ଷୀ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମ ପହଞ୍ଚିଥିଲେ। ମ୍ୟାଚ ଶେଷ ହେବାପରେ ଷ୍ଟାଡିୟମରୁ ବାହାରି ସାକ୍ଷୀ ଯାଉଥିଲେ। ଏହି ସମୟରେ ତାଙ୍କର ଜଣେ ପ୍ରଶଂସକ ସାକ୍ଷୀ ସହିତ ସେଲଫି ନେବାକୁ ଚେଷ୍ଟା କରିଥିଲେ। ପ୍ରଶଂସକଙ୍କୁ ଏମିତି ସେଲଫି ନେବାର ଦେଖି ସେଠାରେ ଉପସ୍ଥିତ ଥିବା ତାଙ୍କ ବଡିଗାର୍ଡ ଉକ୍ତ ବ୍ୟକ୍ତିଙ୍କ ମୋବାଇଲ ଉପରେ ନିଜର ହାତ ରଖି ଦେଇଥିଲେ। କେବଳ ଏତିକି ନୁହେଁ, ଧକ୍କା ଦେଇ ସେଠାରୁ ବାହାରକୁ ବାହାର ମଧ୍ୟ କରି ଦେଇଥିଲେ। ଏହା ପ୍ରଥମ ଘଟଣା ନୁହେଁ, ପ୍ରଶଂସକମାନେ ଅନେକ ଥର ସାକ୍ଷୀ ସହିତ ସେଲଫି ନେବାକୁ ଚାହିଁ ଥାଆନ୍ତି। ଏମିତି ଘଟଣାର ଭିଡିଓକୁ ବିରଳ ଭୟାନି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

 

Fans go crazy taking pics with #sakshidhoni

A post shared by Viral Bhayani (@viralbhayani) on

ସମ୍ବନ୍ଧିତ ଖବର