ଦୁବାଇ: ସବୁଠି ବିଜୟର ମାହୋଲ... ସବୁଠି ଉଡୁଛି ଫରଫର ଉଡୁଛି ତ୍ରିରଙ୍ଗା... ଶୁଭୁଛି ଇଣ୍ଡିଆ... ଇଣ୍ଡିଆ... ନାରା । ଦେଶବ୍ୟାପୀ ଟିମ୍ ଇଣ୍ଡିଆ ବିଜୟର ସେଲିବ୍ରେସନ । କେଉଁଠି ବାଣ ଫୁଟୁଛି ତ କେଉଁଠି ମିଠା ବଣ୍ଟା ହେଉଛି । ରୋହିତ ବାହିନୀର ବିଜୟ ପରେ ଏବେ ସାରା ଦେଶରେ ଉତ୍ସବ ଆଉ ଉତ୍ସବ ।
#WATCH | Mumbai: Fans celebrate and dance after India wins #iccchampionstrophy2025. pic.twitter.com/v0J4N0F21g
— ANI (@ANI) March 9, 2025
ଚଣ୍ଡିଗଡ଼ରୁ ମହାରାଷ୍ଟ୍ର, ଓଡିଶାରୁ ଚେନ୍ନାଇ... ସାରା ଦେଶରେ ସେଲିବ୍ରେସନ, ସେଲିବ୍ରେସନ ଆଉ ସେଲିବ୍ରେସନ । ସବୁ ଖେଳାଳୀଙ୍କୁ ଶୁଭେଚ୍ଛା ଆଉ ପ୍ରଶଂସା ।
#WATCH | Chandigarh erupts into celebrations after India clinches #ICCChampionsTrophy pic.twitter.com/CaWMI4qQt9
— ANI (@ANI) March 9, 2025
ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ୟ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରିଛି। ଆଉ ୨୫ ବର୍ଷର ବଦଲା ୨୦୨୫ରେ ନେଇଛି ।
#WATCH | Maharashtra: A large number of team India fans celebrate in Pune after India wins #iccchampionstrophy2025 pic.twitter.com/T27B2SnGbB
— ANI (@ANI) March 9, 2025